Webportal

ଦିନରେ ରାଲି;ରାତିରେ କର୍ଫ୍ୟୁ ଓ ବନ୍ଦ ଗାଡ଼ିରେ ଏକାଥିଲେ ମଧ୍ୟ ମାସ୍କ ଜରୁରୀ ଚର୍ଚାରେ ଥିବା ବେଳେ ବରିଷ୍ଠ ବିଜେଡି ନେତା ଓ ସାମ୍ବାଦିକ ତଥାଗତ ଶତପଥୀ କହିଲେ’ନାଇଟ କର୍ଫ୍ୟୁ ମାଇ ଫୁଟ’

sanitry
0 341

ରାତିରେ ସମଗ୍ର ରାଜ୍ୟ ସିଲ୍ । ରାତି ହେଲେ ଟ୍ୱିନ ସିଟି ଭୁବନେଶ୍ୱର- କଟକ ସମେତ ରାଜ୍ୟର ବିଭିନ୍ନ ସହରରେ ପୋଲିସ ପଇଁତରା ମାରୁଛି । କରୋନାର ଦ୍ୱିତୀୟ ଲହରିରେ ବ୍ରେକ୍ ଦେବା ପାଇଁ ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ବିଜେଡିର ବରିଷ୍ଠ ନେତା ତଥା ଦୈନିକ ଧରିତ୍ରୀର ସମ୍ପାଦକ ତଥାଗତ ଶତପଥୀ । ସେ ତାଙ୍କ ସୋସିଆଲ ଆକାଉଣ୍ଟରେ ଲେଖିଛନ୍ତି ନାଇଟ୍ କର୍ଫ୍ୟୁ ମାଇଁଫୁଟ୍ ।ଏହି ଚାରୋଟି ଶଦ୍ଦ ଅନେକ କଥା କହୁଛି ।  ଆଗଧାଡିର କରୋନା ଯୋଦ୍ଧା ପୋଲିସର ରାତିର କାର୍ଯ୍ୟକଳାପକୁ ଅତି ସୁନ୍ଦର ଭାବେ ଉପସ୍ଥାପନ କରିଛନ୍ତି ତଥାଗତ । ସେ ସିଧାସଳଖ ଗୃହ ବିଭାଗକୁ ଟାର୍ଗେଟ କରିଛନ୍ତି ।ତାଙ୍କର ଇସାରା ହେଲା ନାଇଟ୍ କର୍ଫ୍ୟୁ ବେଳେ ଭୁବନେଶ୍ୱର ଶୋଇପଡିଥିବା ବେଳେ କମିଶନରେଟ୍ ପୋଲିସର ପ୍ରୋତ୍ସାହନରେ ଚାଲୁଛି ଦୋନମ୍ବର କାରବାର ।ହଜାର ହଜାର ବାଲି ଓ ଚିପ୍ସ ବୋଝେଇ ଟ୍ରକ୍ କିପରି ଗନ୍ତବ୍ୟସ୍ଥଳକୁ ଅବାଧରେ ଯାଇପାରିବ ପୋଲିସ ଉଦ୍ୟମ ଜାରି ରଖୁଛି । ଏହି ନୂଆ ଟ୍ରେଣ୍ଡ ଯୋଗୁଁ କିଛି ଲୋକ ପୁଳା ପୁଳା ଟଙ୍କା ରୋଜଗାର କରୁଥିବା ବେଳେ ଲଘୁଖଣିଜ ପଦାର୍ଥ ଚୋରି ହେବାରେ ଲାଗିଛି ।

Square Ad 1
Leave A Reply

Your email address will not be published.