ଭାରତର ରାଜଧାନୀରେ ଅନୁପ୍ରବେଶ କରିଛନ୍ତି ପାକିସ୍ତାନର ସକ୍ରିୟ ଜୈସ-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନର ୪ଜଣ ସଦସ୍ୟ।ଗୁଇନ୍ଦା ବିଭାଗର ଏହି ସତର୍କ ସୂଚନା ପରେ ସମଗ୍ର ଦିଲ୍ଲୀ ଓ ଏହାର ଆଖ ପାଖ ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯାଇଛି।ଜନଗହଳି ପୁର୍ଣ ଅଞ୍ଚଳ, ଏଆରପୋର୍ଟ,ମଲ ଓ ଧର୍ମାନୁଷ୍ଠାନ ରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।ସୁରକ୍ଷାକର୍ମୀଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଆତଙ୍କବାଦୀଙ୍କୁ ଧରିବାପାଇଁ ଚେଷ୍ଟା ଜାରି ରହିଛି।ସୂଚନା ଅନୁଯାୟୀ ଦୁଇ ତାରିଖ ସନ୍ଧ୍ୟାରେ ଏହି ଆତଙ୍କବାଦୀ ମାନେ ନୂଆଦିଲ୍ଲୀ ରେ ପ୍ରବେଶ କରିଛନ୍ତି।ସେମାନଙ୍କୁ ବଡ଼ ଧରଣର ଆକ୍ରମଣ ଓ ଆତ୍ମଘାତୀ ହମଲା ପାଇଁ ସ୍ୱତନ୍ତ୍ର ତାଲିମ ଦିଆଯାଇଛି।
