Webportal

ଦିଲ୍ଲୀ ରାଜରାସ୍ତାରେ ପୁଣି ଚାଲିଲା ବୁଲଡୋଜର୍

sanitry
0 73

ପୁଣି ବୁଲିଲା ବୁଲଡୋଜର | ସ୍ୱେପୁଣି ରାଜଧାନୀର ରାଜରାସ୍ତାରେ | ବେଆଇନ ଜବରଦଖଲ କରି ନିର୍ମାଣ ହୋଇଥିବା ଫାର୍ମ ହାଉସ ଉପରେ ବୁଲଡୋଜର ଚାଲିଛି । ଯମୁନା ଓ ହିଣ୍ଡନ ନଦୀ ଅଞ୍ଚଳରେ ନିର୍ମାଣବି ହୋଇଥିଲା ଏହି ସବୁ ଫାର୍ମ ହାଉସ | ଏହା ନୋଏଡା ପ୍ରାଧିକରଣ ଓ୍ୱାର୍କ ସର୍କଲ-୧୦ର ସବୁଠାରୁ ବଡ କାର୍ଯ୍ୟାନୁଷ୍ଠାନ ଅଟେ ।

ଭୂଲେଖ ଓ ଜଳ ସେଚନ ବିଭାଗ ମିଳିତ ଭାବେ ଜବରଦଖଲ ହଟାଇଛନ୍ତି । ସେମାନେ ତିଲବାଡା ଗ୍ରାମର ୫୫ ଓ ଗୁଲାବଲୀ ଗ୍ରାମରେ ଥିବା ୭ଟି ଫାର୍ମ ହାଉସକୁ ଭାଙ୍ଗିଛନ୍ତି । ଏହାସହ ୧ ଲକ୍ଷ ୪୫ ହଜାର ବର୍ଗ ମିଟରର ଜମିକୁ ଜବରଦଖଲ ମୁକ୍ତ କରିଛନ୍ତି । ଜବରଦଖଲ ମୁକ୍ତ ହୋଇଥିବା ଜମିର ଦାମ୍ ପ୍ରାୟ ୫୫ କୋଟି ହେବ ବୋଲି ଜଣାପଡିଛି ।

ଏହାସହ ଜବରଦଖଲକାରୀଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯିବା ସହ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହାକୁ ନେଇ ନୋଏଡା ସିଇଓ ରିତୁ ମହେଶ୍ୱରୀ କହିଛନ୍ତି ଯେ, ଏହି ଅଭିଯାନ ଲଗାତର ଜାରି ରହିବ । ଭୂମାଫିଆଙ୍କୁ ଛଡାଯିବ ନାହିଁ।

ସେହିପରି ଓଏସଡି ପ୍ରମୁଖ ପ୍ରସୂନ ଦ୍ୱିବେଦୀ କହିଛନ୍ତି ଯେ, ବୁଧବାର ସକାଳ ୯ଟାରେ ୧୫୦ରୁ ଅଧିକ କର୍ମଚାରୀ ଓ ଅଧିକାରୀ ୯ ଜେସିବି ଓ ୮ ଡମ୍ପର ସହ ଜବରଦଖଲ ମୁକ୍ତ କରିବାକୁ ପହଁଚିଥିଲେ । ଯମୁନାନଦୀ କୂଳରେ ଥିବା ୫୫ଟି ବେଆଇନ ଫାର୍ମ ହାଉସକୁ ଉଚ୍ଛେଦ କରାଯାଇଛି । ଦୀର୍ଘ ୪ ଘଣ୍ଟା ଧରି ଏହି କାର୍ଯ୍ୟାନୁଷ୍ଠାନ ଚାଲିଥିଲା ।

କେବଳ ଏତିକିରେ କାର୍ଯ୍ୟାନୁଷ୍ଠାନ ବନ୍ଦ ହୋଇନଥିଲା । ଗୁଲାବଲୀ ଗ୍ରାମ ନିକଟରେ ଥିବା ୭ଟି ଫାର୍ମହାଉସକୁ ମଧ୍ୟ ଉଚ୍ଛେଦ କରାଯାଇଥିଲା । ଯାହା ୨୫ ହଜାର ବର୍ଗ କିମି ଧରି ପରିବ୍ୟାପ୍ତ ଥିଲା । ଏହାଦ୍ୱାରା ପ୍ରାୟ ୧ ଲକ୍ଷ ୪୫ ହଜାର ବର୍ଗ ମିଟରର ଜମି ଜବରଦଖଲ ମୁକ୍ତ ହୋଇଛି ବୋଲି ସୂଚନା ମିଳିଛି ।

Square Ad 1
Leave A Reply

Your email address will not be published.