ଗଞ୍ଜାମ ଦିଗପହଣ୍ଡିରେ ଭୟଙ୍କର ବସ୍ ଦୁର୍ଘଟଣା। ଦୁର୍ଘଟଣାରେ ୧୧ ଜଣ ଯାତ୍ରୀଙ୍କ ମୃତ୍ୟୁ।
ଗୁରୁତରଙ୍କୁ ବ୍ରହ୍ମପୁର MKCG ମେଡିକାଲରେ ଭର୍ତ୍ତି।
OSRTC ଓ କନ୍ୟା ଯାତ୍ରୀ ବସ୍ ମୁହାଁମୁହିଁ ଧକ୍କା। ଗଞ୍ଜାମ ଦିଗପହଣ୍ଡିରେ ଭୟଙ୍କର ବସ୍ ଦୁର୍ଘଟଣା ଘଟିଛି। ସରକାରୀ ବସ୍ ସହ କନ୍ୟା ଯାତ୍ରୀ ବସ୍ ର ମୁହାଁମୁହିଁ ଧକ୍କା ହୋଇଛି । ଗତକାଲି ବିଳମ୍ବିତ ରାତିରେ ଦିଗପହଣ୍ଡିର ଖେମୁଣ୍ଡି କଲେଜ ନିକଟରେ ହୋଇଥିବା ଏହି ଦୁର୍ଘଟଣାରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ଗଞ୍ଜାମ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଦୁର୍ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଗୁରୁତର ଆହତଙ୍କୁ ଉଦ୍ଧାର ପରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି । ରାୟଗଡ଼ା ଜିଲ୍ଲା ଗୁଡାରୀରୁ ଯାତ୍ରୀଙ୍କୁ ନେଇ ଭୁବନେଶ୍ବର ଯାଉଥିଲା ସରକାରୀ ବସ । ସେହିପରି ବ୍ରହ୍ମପୁରରେ କନ୍ୟା ଯାତ୍ରୀଙ୍କୁ ଛାଡ଼ି ଘରୋଇ ବସ୍ ଖଣ୍ଡ ଦେଉଳି ଯାଉଥିଲା।ଦିଗପହଣ୍ଡି ବସ ଦୁର୍ଘଟଣାକୁ ନେଇ ଗଭୀର ଶୋକ ପ୍ରକାଶ କରିଲେ ମୁଖ୍ୟମନ୍ତ୍ରୀ । ଏହାସହ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ତିନି ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା । ଦୁର୍ଘଟଣାରେ ଆହତମାନଙ୍କୁ ମାଗଣାରେ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ଦେଲେ ନିର୍ଦ୍ଦେଶ ।