Webportal

ଦୁର୍ନୀତିଗ୍ରସ୍ତ ମାନେ ଯୋଜନା ଅର୍ଥ ଚଳୁ କରୁଥିବାରୁ ହାତୀ ଓ ମନୁଷ୍ୟ ଉଭୟ ବିପଦରେ

ସହର ନିକଟରେ ଦେଖାଗଲେ ଏକସଙ୍ଗେ ୪୦ ହାତୀ

sanitry
0 113

ଦୁର୍ନୀତିଗ୍ରସ୍ତ ମାନେ ଯୋଜନା ଅର୍ଥ ଚଳୁ କରୁଥିବାରୁ ହାତୀ ଓ ମନୁଷ୍ୟ ଉଭୟ ବିପଦରେ।ସହର ନିକଟରେ ଦେଖାଗଲେ ଏକସଙ୍ଗେ ୪୦ ହାତୀ।ଆମେ ଆମ ଖବର ଗୁଡ଼ିକରେ ବାରମ୍ୱାର କହି ଆସିଛୁ ଯେ ଗୋଟେ ହାତୀ ପ୍ରତିଦିନ ଅତି କମରେ ୨୦ କିଲୋମିଟର ନିଶ୍ଚୟ ଭାବେ ଚାଲିବ। ଏହା ହେଉଛି ଗୋଟେ ହାତୀର ସ୍ଵାଭାବିକ ଅଭ୍ୟାସ। କିନ୍ତୁ ହାତୀ ମାନଙ୍କ ରହିବା ଓ ଚଲାବୁଲା ଜାଗା ଗୁଡ଼ିକ ରାସ୍ତାଘାଟ ଓ କଳକାରଖାନା କରିବା ପାଇଁ ଶେଷ କରି ଦିଆଗଲା। ଏହା ପଛରେ ରହିଛି ଅତି ଦୁର୍ନୀତିଗ୍ରସ୍ତ ବନବିଭାଗ ଅଧିକାରି ଓ ଭ୍ରଷ୍ଟ ରାଜନେତା ତଥା କଳକାରଖାନା ର ମାଲିକ ମାନଙ୍କ ସୁଚିନ୍ତିତ ଚକ୍ରାନ୍ତ। ଯେନତେନ ପ୍ରକାରରେ ଜଙ୍ଗଲ ଜମି ହାତେଇ ରାସ୍ତାଘାଟ ଓ କଳକାରଖାନା ନିର୍ମାଣ କରି ଏହି ଅତିଭ୍ରଷ୍ଟ ଅଫିସର ନେତା ମନ୍ତ୍ରୀ ଓ କଳକାରଖାନା ମାଲିକ ମାନେ ଅଜସ୍ର ଟଙ୍କା ରୋଜଗାର କରୁଛନ୍ତି। ସୂଚନା ଅନୁସାରେ ଆଉ ଯଦି କୌଣସି ଯାଞ୍ଚ ଏଜେନ୍ସୀ ସେମାନଙ୍କ ରାସ୍ତାରେ ଆସୁଛି ତେବେ ସେମାନଙ୍କୁ ମଧ୍ୟ କିଣି ନିଆ ଯାଉଛି। ଏମାନଙ୍କର ଏହି କାରନାମା ପାଇଁ ହାତୀ ମାନେ ନିଜ ପାଇଁ ଜାଗା ନ ପାଇ ଏଣେତେଣେ ବୁଲାବୁଲି କରି ଅଜାଣତରେ ଜନବସତି ଅଞ୍ଚଳରେ ପହଞ୍ଚି ଯାଉଛନ୍ତି। ଆଉ ଫସଲ ଓ ଧନଜୀବନ ନଷ୍ଟ ହେଉଛି। ଆମେ ପୂର୍ବରୁ ମଧ୍ୟ କହୁଛୁ ଓ ଆଜି ମଧ୍ୟ କହୁଛୁ ଯେ ଯଦି ହାତୀମାନଙ୍କ ଦ୍ଵାରା କ୍ଷୟକ୍ଷତି ପାଇଁ ଅତି କମରେ ଦୋଷୀ ବନବିଭାଗ ଅଧିକାରୀଙ୍କୁ ଚିହ୍ନଟ କରାଯାଇ ଫୌଜଦାରୀ ମକଦ୍ଦମାରେ ଦଣ୍ଡିତ କରାଯାଆନ୍ତା ତାହାହେଲେ ଅବସ୍ଥା ସୁଧୁରିଯାନ୍ତା। ଅତି ଚିତ୍କାର ହେଲେ ତଲତଳିଆ କର୍ମଚାରୀଙ୍କ ଉପରେ ଲୋକଦେଖାଣିଆ କାର୍ଯ୍ୟନୁଷ୍ଠାନ ଗ୍ରହଣ କରି କାମ ଶେଷ କରିଦିଆ ଯାଇଛି।କିନ୍ତୁ ସବୁଆଡେ ତ ଦୁର୍ନୀତିର ଭରମାର। ତେଣୁ ପକେଟରେ ଟଙ୍କା ନ ପକାଇ ଦୋଷୀଙ୍କୁ ଦଣ୍ଡ କିଏ କାହିଁକି ଦେବ। ଆଜି ପୁନର୍ବାର ହାତୀ ଓ ମନୁଷ୍ୟ ମାନଙ୍କ ଦୟନୀୟ ସ୍ଥିତି ଦେଖିବାକୁ ମିଳିଛି ଅନୁଗୁଳ ସହର ର ଅତି ନିକଟରେ।ଉଜୁଡି ଯାଇଥିବା ସରକାରି ବ୍ୟବସ୍ଥାର ଆଜି ଦେଖିବାକୁ ମିଳିଛି ନଗ୍ନ ଉଦାହରଣ। ଅନୁଗୁଳ ସହର ର ଅଂଶ ପ୍ରାୟ ହୋଇ ସାରିଥିବା ଗଭୀର ଜନବସତି ଅଞ୍ଚଳରେ ଏକା ସଙ୍ଗରେ ଦେଖାଗଲେ ୪୦ ଜଣ ହାତୀ। ଗଭୀର ଜନବସତି ଅଞ୍ଚଳରେ ଏକା ସଙ୍ଗରେ ୪୦ ଜଣ ହାତୀଙ୍କୁ ଦେଖି ସ୍ଥାନୀୟ ଲୋକଙ୍କ ଯେମିତି ନିଶ୍ବାସ ପ୍ରଶ୍ୱାସ ଯେମିତି ଅଟକି ଯାଇଥିଲା କିଛି ସମୟ ପାଇଁ। ଲୋକେ ଫସଲ ରକ୍ଷା ଚିନ୍ତା ଛାଡି ଜୀବନ ରକ୍ଷା ଚିନ୍ତା କରିବାକୁ ବାଧ୍ୟ ହୋଇଥିଲେ। ଏବେ ଜାଣନ୍ତୁ ଆଜି ର ସମ୍ପୂର୍ଣ ଖବର।ରାସ୍ତାପାର କରିଛନ୍ତି ୪୦ ଜଣିଆ ହାତୀ ପଲ। ଅନୁଗୁଳ ସହର ନିକଟ ଶାବଳଭଙ୍ଗା ଗାଁରେ ଦେଖା ଯାଇଛନ୍ତି ୪୦ଟି ହାତୀ ପଲ। ଗାଁ ମଝିରେ ବୁଲିବା ସହ ରାସ୍ତା ପାର ହେଇଛନ୍ତି ଆଉ ଫସଲ ମଧ୍ୟ ନଷ୍ଟ କରୁଛନ୍ତି। ହାତୀ ଭୟରେ ବାଳୁଅକଟା ,ସରଧାପୁର ଓ ଶାବଳଭଙ୍ଗା ଗ୍ରାମର ଲୋକେ ଏକ ପ୍ରକାର ଆତଙ୍କିତ ଅବସ୍ଥାରେ ଜୀବନ ବିତାଉଛନ୍ତି। ବୁଧବାର ସକାଳ ସମୟରେ ହାତୀ ପଲ ଜନବସତି ଆଡ଼କୁ ଆସିବା ସହ ଫସଲ ନଷ୍ଟ କରିଥିଲେ ।ଗତ କିଛିଦିନ ଧରି ହାତୀପଲ ବ୍ୟାପକ ଫସଲ ନଷ୍ଟ କରୁଥିବା ବେଳେ ଲୋକେ ଏକ ପ୍ରକାର ଆତଙ୍କିତ ଅବସ୍ଥାରେ ରହୁଛନ୍ତି । ସନ୍ଧ୍ୟା ବେଳକୁ ହାତୀମାନେ ନିକଟସ୍ଥ ମନ୍ଦରଗିରି ପାହାଡ ନିକଟରେ ପହଞ୍ଚିଥିବା ଜଣା ପଡ଼ିଛି। ଏହା ପରେ ଅନ୍ୟ କେଉଁ ଜନବସତି ମୁହାଁ ହେଉଛନ୍ତି ହାତୀ ଗୁଡ଼ିକ ତାହା ପରବର୍ତ୍ତୀ ସମୟରେ ଜଣା ପଡ଼ିବ।

 

Square Ad 1
Leave A Reply

Your email address will not be published.