ଦୁର୍ନୀତି ନିବାରଣ କେବଳ ଧୁଆଁବାଣ ରେ ସୀମିତ ଥିବାଭଳି ଜଣାପଡୁଛି।
ଏହାର ଜ୍ୱଳନ୍ତ ଉଦାହରଣ ଅନୁଗୁଳ ଜିଲ୍ଲାରୁ ଆସିଛି, ଯେଉଁଠି ଏଚଡ଼ି ଏଫ ସି୍ ବା HDFC ବ୍ୟାଙ୍କରେ ଥିବା ସରକାରୀ ଟଙ୍କାକୁ ଜଣେ ଜିଲ୍ଲାପାଳ ଅନିଲ ସାମଲ ତାଙ୍କ କାର୍ଯ୍ୟାଳୟର ଅନ୍ୟ ଅଧିକାରୀଙ୍କ ସହାୟତାରେ ଉଠାଇନେଲେ। ଏ ସନ୍ଦେହ ତେବେ ସୃଷ୍ଟି ହେଲା ଯେତେେବେଳେ ଉକ୍ତ ଜିଲ୍ଲାପାଳ ବଦଳି ହେବାପରେ ନୂତନ ଜିଲ୍ଲାପାଳ ମନୋଜ ମହାନ୍ତି ଏହି ଆର୍ଥିକ ଅପରାଧ କୁ ଧରିଲେ ଓ ପୋଲିସ ନିକଟରେ ସେପ୍ଟେମ୍ବର ୧୧ ତାରିଖ ୨୦୧୯ ରେ ଏତଲା ଦିଆଇଲେ। ଏତଲା ପରେ ଏସପି ଚେର ପର୍ଯ୍ୟନ୍ତ ପହଞ୍ଚିବେ ବୋଲି କହିଥିଲେ।
ଆଶ୍ଚର୍ଯ୍ୟ ର କଥା ହେଲା ଯେଉଁ ଟଙ୍କା ସରକାରୀ ଆକାଉଣ୍ଟ ରୁ ଉଠାଯାଇଥିଲା ଠିକ୍ ସେତିକି ଟଙ୍କା ଅଜଣା ସ୍ରୋତରୁ ସେହି ସରକାରୀ ଆକାଉଣ୍ଟ କୁ ଏତଲା ଦେବା ପରେ ଫେରି ଆସିଲା।
କିନ୍ତୁ ଉକ୍ତ ଘଟଣାରେ ବ୍ୟାଙ୍କ ଅଧିକାରୀ ଗିରଫ ହେବାପରେ ଓ ସନ୍ଦେହ ଘେରରେ ଥିବା ସେ ସମୟର ଜିଲ୍ଲାପାଳଙ୍କୁ ଥାନାରେ ଡାକି ଅନୁସନ୍ଧାନ କରିବା ପରେ ଘଟଣାକୁ ଚପାଇ ଦିଆଯାଇ ଥଣ୍ଡା ବସ୍ତାରେ ରଖି ଦିଆଗଲା।
ଟଙ୍କା ଫେରି ଆସିଲା ଓ ଏହା କିପରି ଉଠାଯାଇଥିଲା ତାହାର ତଦନ୍ତ ଚାଲିଛି କହି ସମସ୍ତେ କାମ ସାରିଦେଲେ। ସେହି ଜିଲ୍ଲାପାଳ ଯେ ଭୟରେ ଉକ୍ତ ଟଙ୍କାକୁ ସମାନ ଆକାଉଣ୍ଟ କୁ ଫେରାଇ ଦେଇଥିବେ ଓ କ୍ଷମତାର ଚାପରେ ଘଟଣାକୁ ଚପାଇ ଦେଇଥିବେ ବୋଲି ସନ୍ଦେହ
ଦୃଡିଭୁଟ ହେଉଛି।
କିନ୍ତୁ ଠିକ୍ ତଦନ୍ତ ହେଲେ ଦୋଷୀ ଧରା ପଡନ୍ତେ। କିନ୍ତୁ ତଦନ୍ତ ଠିକ୍ ବାଟରେ ହେବାର ଆଶଂକା ରହିଛି ବା ଏତେ ଦିନ ପରେ ଅର୍ଥାତ୍ ପୋଲିସ କୁ ଜଣାଇବାର ତିନି ବର୍ଷ ପରେ ଆଉ ଆଶା ନାହିଁ।
ଏହା ମାତ୍ର ଏକ ଉଦାହରଣ। ଯଦି ଏମିତି ଚାଲେ ତାହାହେଲେ ଦୁର୍ନୀତି ନିବାରଣ ର ଆଶା କରିବା ନିରାଶଜନକ।