Webportal

ଦେଶର ଦ୍ୱିତୀୟ ପ୍ଲାଷ୍ଟିକ ବର୍ଜିତ ରେଳ ଷ୍ଟେସନ ହେଲା ସମ୍ବଲପୁର

sanitry
0 227

ଆଜି ଠାରୁ ସମ୍ବଲପୁର ରେଳ ଷ୍ଟେସନ କୁ ପ୍ଲାଷ୍ଟିକ ବର୍ଜିତ ରେଳ ଷ୍ଟେସନ ଭାବେ ଘୋଷଣା କରାଯାଇଅଛି I ତିରୁପତି ରେଳ ଷ୍ଟେସନ ପରେ ଏହା ଦେଶର ଦ୍ଵିତୀୟ ପ୍ଲାଷ୍ଟିକ ବର୍ଜିତ ରେଳ ଷ୍ଟେସନ ଅଟେ I ଏହି ଅବସରରେ ସମ୍ବଲପୁର ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଡ଼.ଜୟଦୀପ ଗୁପ୍ତାଙ୍କ ନେତୃତ୍ୱରେ ଏକ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇ ସମ୍ବଲପୁର ଷ୍ଟେସନରେ ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ନ କରିବାକୁ ଶପଥ ନିଆ ଯାଇଥିବା ବେଳେ ଅନ୍ୟମାନଙ୍କୁ ଏଠାରେ ପ୍ଲାଷ୍ଟିକ ବ୍ୟବହାର ନ କରିବାକୁ ସଚେତନ କରାଇବା କଥା କହିଥିଲେ। ବହୁ ସଂଖ୍ୟାରେ ଅଧିକାରୀ, କର୍ମଚାରୀ, ଭାରତ ସ୍କାଉଟସ ଓ ଗାଇଡ଼ସ ଏବଂ ଏନ.ସି.ସି. ସ୍ବେଛାସେବୀ, ସ୍କୁଲ ଛାତ୍ର ଛାତ୍ରୀ, ବେସରକାରୀ ସଂସ୍ଥା, ରେଳ ଯାତ୍ରୀ, ଭେଣ୍ଡର, ସ୍ୱୀକୃତିପ୍ରାପ୍ତ କୁଲି, ସଫାଈ କର୍ମଚାରୀ ଏବଂ ବରିଷ୍ଠ ନାଗରିକ ମାନେ ଏହି କାର୍ଯ୍ୟକ୍ରମ ରେ ଯୋଗଦାନ କରି ସମ୍ବଲପୁର ଷ୍ଟେସନ ଠାରେ ପ୍ଲାଷ୍ଟିକ ବ୍ୟବହାର ନକରିବାକୁ ଶପଥ ନେଇଥିଲେ I ସମ୍ବଲପୁର ରେଳ ଷ୍ଟେସନ, ରେଳବାଇ କାର୍ଯ୍ୟାଳୟ ଓ ପରିସର ମଧ୍ୟରେ ପ୍ଲାଷ୍ଟିକ ବ୍ୟବହାର ନକରିବାକୁ ମଣ୍ଡଳ ରେଳବାଇ ଏକ ପ୍ରେରଣାଦାୟୀ ଉଦବୋଧନ ଦେଇ ପରିବେଶ ପ୍ରତି ଏହାର ପ୍ରତିକୂଳ ପ୍ରଭାବ ସମ୍ପର୍କରେ ଆଲୋକପାତ କରିଥିଲେ।ମହାପ୍ରବନ୍ଧକ ଶ୍ରୀ ଗୁପ୍ତାଙ୍କ ନେତୃତ୍ୱରେ ବହୁ ସଂଖ୍ୟାରେ ଶପଥ ନେଇଥିବା ଲୋକମାନେ ଏକ ରାଲି ଆୟୋଜନ କରି ରେଳଯାତ୍ରୀ ଓ ରେଳ ବ୍ୟବହାରକାରୀ ଏବଂ ସାଧାରଣ ଜନତାଙ୍କୁ ପ୍ଲାଷ୍ଟିକ ବ୍ୟବହାର ନକରିବା ସମ୍ବନ୍ଧରେ ସଚେତନତା କରାଇଥିଲେ I

Square Ad 1
Leave A Reply

Your email address will not be published.