ଭାରତର ଦ୍ୱିତୀୟ ‘ବିଭାଜନ ବିଷ୍ଣୁ ସ୍ମୃତି ଦିବସ’ ଅବସରରେ ବିଜେପି କଂଗ୍ରେସ ଦଳକୁ ଟାର୍ଗେଟ କରି ଏକ ଭିଡିଓ ଜାରି କରିଛି। ଏହି ଭିଡିଓରେ ବିଜେପି ୧୯୪୭ ଘଟଣାରେ ତାହାର ଆଭିମୁଖ୍ୟ ପ୍ରକାଶ କରିଛି। ଏହି ସାତ ମିନିଟର ଭିଡିଓରେ ଜବାହରଲାଲ ନେହେରୁ ଭାରତ ବିଭାଜନ ପାଇଁ ଦାୟୀ ରହିଥିବା କୁହାଯାଇଛି। ପାକିସ୍ତାନ ଗଠନ ପାଇଁ ମହମ୍ମଦ ଅଲି ଜିନ୍ନାଙ୍କ ନେତୃତ୍ୱରେ ମୁସଲିମ ଲିଗର ଦାବିରେ ନେହେରୁ ମୁଣ୍ଡ ନୁଆଁଇବାକୁ ଦାୟୀ କରାଯାଇଛି।
ତେବେ ଏହି ଭିଡିଓକୁ ନେଇ କଂଗ୍ରେସ ତାହାର ପ୍ରତିଜବାବ ଦେଇଛି। କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି ଯେ ଅଗଷ୍ଟ ୧୪କୁ ବିଭାଜନ ବିଷ୍ଣୁ ସ୍ମୃତି ଦିବସ ଭାବେ ପାଳନ କରିବା ପଛରେ ପ୍ରଧାନମନ୍ତ୍ରୀ ମୋଦୀ ଯନ୍ତ୍ରଣାଦାୟ ଐତିହାସିକ ଘଟଣାପୂର୍ଣ୍ଣ ଦିନକୁ ତାଙ୍କର ରାଜନୈତିକ ଉଦ୍ଦେଶ୍ୟ ପୂରଣ ପାଇଁ ପାଳନ କରୁଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, ଦେଶର ବିଭାଜନ ପାଇଁ ମହମ୍ମଦ ଅଲ୍ଲୀ ଜିହ୍ନା ଓ ସଭର୍କର ଯାହା ସବୁ କରିଛନ୍ତି ତାକୁ ସମସ୍ତେ ଆଜିବି ମନେରଖିଛନ୍ତି।
ଗତ ବର୍ଷ ଅଗଷ୍ଟ ୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିଲେ ଯେ ୧୯୪୭ ମସିହାରେ ବିଭାଜନ ସମୟରେ ଭାରତୀୟଙ୍କ ଦୁଃଖ ଓ ବଳିଦାନ ସ୍ମୃତିକୁ ମନେରଖିବା ପାଇଁ ପ୍ରତିବର୍ଷ ୧୪ ଅଗଷ୍ଟକୁ “ବିଭାଜନ ବିଭିଷିକା ସ୍ମୃତି ଦିବସ’ ଭାବରେ ପାଳନ କରାଯିବ। ରବିବାର ସକାଳେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଏହି ବିଷୟରେ ଟୁଇଟ୍ କରିଛନ୍ତି।
ଜୟରାମ ରମେଶ ଟ୍ୱିଟ୍ କରି ଲେଖିଛନ୍ତି, ‘ସତ କଥା ହେଲା, ସଭରକର ଦୁଇ ଦେଶକୁ ନେଇ ସିନ୍ଧାନ୍ତ ଦେଇଥିଲେ ଏବଂ ଜିହ୍ନା ତାହାକୁ ଆଗକୁ ନେଇଥିଲେ। ପଟେଲ ଲେଖିଛନ୍ତି, ‘ମୁଁ ଭାବୁଛି ଯେ, ଯଦି ବିଭାଜନକୁ ସ୍ବିକାର କରାନଯାଏ, ତେବେ ଭାରତ ଅନେକ ଭାଗରେ ବିଭକ୍ତ ହୋଇଯିବ।’
ତେବେ ବିଜେପି ଭିଡିଓରେ ବିଭାଜନ ପାଇଁ ଭାରତୀୟ କମ୍ୟୁନିଷ୍ଟମାନଙ୍କୁ ମଧ୍ୟ ଦାୟୀ କରିଛି। ବିଜେପି ଦାବି କରିଛି ଯେ, ସେମାନଙ୍କର ନେତାମାନେ ମୁସଲିମ ଲିଗକୁ ସମର୍ଥନ କରିଥିଲେ ଏବଂ ସ୍ବତନ୍ତ୍ର ଇସଲାମିକ ଦେଶ ପାଇଁ ଦାବିକୁ ସମର୍ଥନ କରୁଥିଲେ।