କେନ୍ଦ୍ରାପଡ଼ା ରାଜନଗରରେ ଧରାପଡ଼ିଲା ମଣିଷଖିଆ କୁମ୍ଭୀର । ଚାନ୍ଦିବାଉଁଶମୂଳ ଚରଡ଼ିଆ ନାଳରୁ ୧୦ ଫୁଟ ଲମ୍ବର କୁମ୍ଭୀରକୁ ଜାଲ ପକାଇ କାବୁ କଲା ବନ ବିଭାଗ । ଧରା ହେବା ପରେ ଭିତରକନିକା ଭିତର ବାଉଁସଗଡ଼ ନଦୀରେ ଛଡ଼ାଗଲା ଏହି କୁମ୍ଭୀରକୁ |ଜୁନ ୨୧ ତାରିଖରେ ଚାନ୍ଦିବାଉଁଷମୂଳ ପଞ୍ଚାୟତର ହାତିଆଗଡିରେ ବାଡ଼ି ପଛ ପଟ ପୋଖରୀରେ ବାସନ ମାଜୁଥିବା ନଳିନୀ ଦାସ ନାମକ ମହିଳାଙ୍କୁ ଟାଣି ନେଇଥିଲା ଏହି କୁମ୍ଭୀର। ସେବେଠାରୁ ଏହି କୁମ୍ଭୀରକୁ ଧରିବା ପାଇଁ ପ୍ରୟାସ ଜାରି ରଖିଥିଲା ବନ ବିଭାଗ । ତେବେ ଲଗାତର ୮ ଦିନ ହେଲାଣି ରାଜନଗର ଓ କନିକା ରେଞ୍ଜରଙ୍କ ସମେତ ବନବିଭାଗର ଦୁଇଟି ଟିମ୍ର ୪୫ ଜଣ କର୍ମଚାରୀ ଏହି କୁମ୍ଭୀର ଧର ଅଭିଯାନର ସାମିଲ ହୋଇଥିଲେ। ଶେଷରେ କୁମ୍ଭୀର କବୁ କରିବାରେ ସକ୍ଷମ ହୋଇଥିଲେ ।