ଶ୍ରୀମନ୍ଦିର ଚୋରି ଘଟଣାରେ ପୋଲିସକୁ ମିଳିଛି ବଡ଼ ସଫଳତା.ପୋଲିସ ହାତରେ ଧରାପଡିଲା ଶ୍ରୀମନ୍ଦିରରୁ ଦୁଇ ଦୁଇ ଥର ଲୁଟ୍ କରିଥିବା ନାବାଳକ ଚୋର.ନାବାଳକର ଘର ବ୍ରହ୍ମଗିରି ଅଞ୍ଚଳରେ ଓ ଦୀର୍ଘ ଦୁଇ ମାସ କାଳ ଶ୍ରୀମନ୍ଦିର ଭିତରେ ଅବଢା ଦୋକାନ ଏବଂ ଦୀପ ଦୋକାନରେ କାମ କରୁଥିଲା ଏବଂ ଦୁଇ ଜଣ ବରିଷ୍ଠ ଲୁଟେରାଙ୍କ ଠାରୁ ସହଯୋଗ ଓ କୌଶଳ ଶିଖିବା ପରେ ପ୍ରଥମେ ରାମ ମନ୍ଦିରରୁ ଚୋରି କରି ସାହସ ଜୁଟେଇଥିଲା ଏହି ନାବାଳକ ଓ ଏହାପରେ ଏକାକି ସୁଆ ମହାସୁଆର ନିଯୋଗରୁ ମଧ୍ୟ ଲୁଟ୍ କରିଥିଲା.ପୋଲିସ ଆଖିରେ ଧୂଳି ଦେଇ ପୋଜନଳା ପଟେ ପଡିଥିବା ଆବର୍ଜନା ଉପର ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିବା ପୋଲିସ ଆଗରେ ବୟାନ ଦେଇଛି ନାବାଳକ.ଲୁଟ୍ କରିସାରିବା ପରେ ପୁନର୍ବାର ସେହି ରାସ୍ତା ଦେଇ ବାହାରକୁ ବାହାରିବା ପରେ ଭୂବନେଶ୍ୱର ଚାଲିଯାଇଥିଲା.ଅନ୍ୟପଟେ ସିସି ଟିଭି ଫୁଟେଜକୁ ଆଧାର କରି ପୋଲିସ ଛାନଭିନ୍ ଜାରି ରଖିଥିବା ବେଳେ, ଭୁବନେଶ୍ୱର ରେଳଷ୍ଟେସନରୁ ତାକୁ ଧରିଥିଲା ଜିଆପି ପୋଲିସ.ଏହାପରେ ସିଂହଦ୍ୱାର ଥାନା ପୋଲିସକୁ ହସ୍ତାନ୍ତର କରିବା ପରେ ପୋଲିସ ଆଗରେ ସମସ୍ତ ଏଭଳି ବୟାନ ଦେଇଥିଲା ନାବାଳକ.ତେବେ ବାରମ୍ୱାର ସେ ନିଜର ବୟାନ ବଦଳାଉଥିବା ବେଳେ,ତା ସହିତ ସଂଶ୍ଳିଷ୍ଟ ଅନ୍ୟ ଅପରାଧୀମାନଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଛି ପୋଲିସ.