Webportal

ଧରାହେଲେ ମାଷ୍ଟର ମାଇଣ୍ଡ

sanitry
0 142

ବଲାଙ୍ଗୀର କୁ ଗତ “ହୋଲି” ଉତ୍ସବର ଗୋଟିଏ ଦିନ ପୂର୍ବରୁ ଟ୍ରେନ ଯୋଗେ ବଲାଙ୍ଗୀର ଜିଲ୍ଲାକୁ ଆସିଥିବା କଫ୍ ସିରଫ ବିପୁଳ ମାତ୍ରା ରେ ଟାଉନ ପୋଲିସ ଠାବ କରିଥିବା ବେଳେ କିଛି ଅପରାଧୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।ସେହିପରି ଆଜି ଏହି କପସିରଫ ର ଦୁଇ ମାଷ୍ଟର ମାଇଣ୍ଡ କୁ ଗିରଫ କରିଛି ବଲାଙ୍ଗିର ପୋଲିସ ।ତେବେ ସହରରେ
ଦିନ କୁ ଦିନ ବଲାଙ୍ଗୀର ଜିଲ୍ଲାରେ ନିଶା କାରବାର ବୃଦ୍ଧି ହେବା ସହ ଅନେକ ସମୟରେ ଧନ ଜୀବନ ବିପଦ ସଂକୁଳ ହେବା ବେଳକୁ ଏକ ବଡ ଧରଣର ସଫଳତା ପାଇଛି ବଲାଙ୍ଗୀର ପୋଲିସ ।ନିଶା କାରବାର ରେ ଲିପ୍ତ ଥିବା ମୁଖ୍ୟ ମାଫିଆ ଗୋବିନ୍ଦ ନେଗି ଓରଫ (ସାନ )ଓ ସହଯୋଗୀ ପ୍ରଶାନ୍ତ ଖେତି କୁ ଭୁବନେଶ୍ୱର ରୁ ଗିରଫ କରିଛି ବଲାଙ୍ଗୀର ପୋଲିସ । ପ୍ରଶାନ୍ତ ଖେତି କିଛିଦିନ ଆଗରୁ ବଲାଙ୍ଗୀର ଆଦର୍ଶ ଥାନା ରେ ଅଟକ ଥିବା ବେଳେ କୌଶଳ କ୍ରମେ ଫେରାର ହୋଇ ଯାଇଥିଲା। ମୁଖ୍ୟ ଅଭିଯୁକ୍ତ ସାନ ନେଗି କୁ ଭୁବନେଶ୍ୱର ର ସି. ଆର.ପି. ଛକ ରେ ଥିବା ଏକ ଭଡା ଘରୁ ଗିରଫ କରିଥିବା ବେଳେ ସହଯୋଗୀ ପ୍ରଶାନ୍ତ ଖେତି କୁ ଡେଲଟା ଅଂଚଳ ରୁ ଗିରଫ କରିଛି ବୋଲି ବଲାଙ୍ଗୀର ପୋଲିସ ଏକ ସାମ୍ବାଦିକ ସମ୍ବିଳନୀ ରେ ସୂଚନା ଦେଇଛି । ସଦର ଏସ୍.ଡି. ପି.ଓ. ଶ୍ରୀମନ୍ତ ବାରିକ ଙ୍କ ସୂଚନା କ୍ରମେ ରାୟପୁର ର ସାଇ କ୍ରିଷ୍ଣା ସର୍ଜିକୋ ନାମକ ଏକ ମେଡ଼ିସିନ ହୋଲସେଲର ନିକଟ ରୁ ବଲାଙ୍ଗୀର କୁ କଫ ସିରଫ୍ ଯୋଗାଣ ହେଉ ଥିବା ବେଳେ ମୁଖ୍ୟ ଅଭିଯୁକ୍ତ ସାନ ନେଗି ନିଜର ନେଟୱର୍କ ମାଧ୍ୟମରେ ଜିଲ୍ଲା ତଥା ଜିଲ୍ଲା ବାହାରେ ବ୍ୟାପକ ମାତ୍ରା ରେ ନିଜର ନିଶା କାରବାର କୁ ଚଳେଇ ଆସୁ ଥିଲା ।କିଛିଦିନ ଆଗରୁ ବଲାଙ୍ଗୀର ରେଲୱେ ଷ୍ଟେସନ ଠାରେ ବ୍ୟାପକ ମାତ୍ରା ରେ କଫ ସିରଫ ସହ ଏକ ସ୍କୋର୍ପେଓ ଗାଡି ସହ ୫ ଜଣ କୁ ଗିରଫ କରିଥିଲା ବଲାଙ୍ଗୀର ପୋଲିସ ,ଅଭିଯୁକ୍ତ ଙ୍କ ସୂଚନା ମତେ ସାନ ନେଗି ହିଁ ଏହାର ମାଷ୍ଟର ମାଇଣ୍ଡ ବୋଲି ଜଣା ପଡିବା ପରେ ସହଯୋଗୀ ପ୍ରଶାନ୍ତ ଖେତି କୁ ପୋଲିସ ଥାନା ରେ ଅଟକ ରଖି ଥିବା ବେଳେ ସେ ଫେରାର ମାରି ଥିଲା ,ତେବେ ମୁଖ୍ୟ ଅଭିଯୁକ୍ତ ସହ ପ୍ରଶାନ୍ତ କୁ ଗିରଫ କରିବା ବଲାଙ୍ଗୀର ପୋଲିସ ପାଇଁ ଏକ ବଡ ସଫଳତା ଏବଂ ଆଗାମୀ ଦିନ ରେ ନିଶା କାରବାର ଉପରେ ଆହୁରି ଅଙ୍କୁଶ ଲାଗିବ ବୋଲି ବଲାଙ୍ଗୀର ପୋଲିସ ସାମ୍ବାଦିକ ସମ୍ବିଳନୀ ରେ ସୂଚନା ଦେଇଛି।

 

Square Ad 1
Leave A Reply

Your email address will not be published.