Webportal

ନକଲି ସୂଚନା ଅଧିକାର କର୍ମୀ ଗିରଫ

sanitry
0 248

ସୂଚନା ଅଧିକାର କର୍ମୀ ଭାବେ ନିଜକୁ ପରିଚୟ ଦେଇ ଲୋକଙ୍କୁ ଭୟଭୀତ କରାଇ ଟଙ୍କା ଆଦାୟ କରୁଥିବା ଜଣେ ଠକକୁ ଆଜି ଏସଟିଏଫ ଗିରଫ କରିଛି | ଏହି ଠକରା ନାମ କିଶୋର କୁମାର ମିଶ୍ର ହୋଇଥିବାବେଳେ ନିଜକୁ ଜଣେ ସୂଚନା ଅଧିକାର କର୍ମୀ ବୋଲି କହିବା ସହ ସୂଚନା ଓ ଲୋକସମ୍ପର୍କ ବିଭାଗର ନକଲି ପରିଚୟପତ୍ର କରି ଲୋକଙ୍କୁ ଠକୁଥିଲା | ମୁଖ୍ୟତଃ କିଶୋର ମିଶ୍ରଙ୍କ ଘର ବ୍ରହ୍ମପୁରରେ ହୋଇଥିବାବେଳେ ସେ କୋରାପୁଟରେ ଦୀର୍ଘ ବର୍ଷ ଧରି ରହି ଆସୁଥିଲେ | କୋରାପୁଟରେ ରହି ସାଧାରଣ ଲୋକ ସହ ବ୍ୟବସାୟିକ ସଂଗଠନମାନଙ୍କୁ ଭୟଭୀତ କରାଇ ଚାନ୍ଦା ଆଦାୟ କରୁଥିଲେ | ଏହି ଅଭିଯୁକ୍ତ ନିକଟରୁ ଏସଟିଏଫ ନକଲି ପରିଚୟ ପତ୍ର ଜବତ କରିଛି | ସେହିପରି ୨ ରୁ ୩ ବର୍ଷ ଧରି କିଶୋର ମିଶ୍ର ଏହି କାରନାମା କରୁଥିବାବେଳେ ତାଙ୍କର ଆକାଉଣ୍ଟରେ ୨ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଥିବାର ଜଣାପଡିଛି |

Square Ad 1
Leave A Reply

Your email address will not be published.