ଅନୁଗୁଳ ଜିଲ୍ଲା ପାଲଲହଡା ଖଇରା ଗାଁ ରେ ଅଘଟଣ । ୨ ମାସର ଶିଶୁର ମା ଶିଶୁର ନଖ କାଟିବା ବେଳେ ବ୍ଲେଡ଼ ଖସି ଶିଶୁର ପେଟ କଟିଯିବା ସହ ଅନ୍ତଃ ବୁଜୁଳା ବାହାରି ପଡ଼ିଲା । ଘଟଣା ରୁ ପ୍ରକାଶ ଯେ ଖଇରା ଗାଁ ର ଦର୍ପଣି ଦେହୁରୀ ନାମକ ଜଣେ ମହିଳା ଆଜି ଏକ ବ୍ଲେଡ଼ ସହାୟତାରେ ତାଙ୍କ ୨ ମାସ ଶିଶୁ କନ୍ୟାର ନଖ କାଟୁଥିଲେ । ତେବେ ଅସାବଧାନତା ରେ ବ୍ଲେଡ଼ ଖସି ଯାଇ ଶିଶୁକନ୍ୟାର ପେଟରେ ବାଜିଥିଲା । କ୍ଷତ ଏତେ ଗଭୀର ଥିଲା ଯେ ଶିଶୁକନ୍ୟାର ଅନ୍ତଃ ବୁଜୁଳା ବହାରି ପଡିଥିଲା। ତୁରନ୍ତ ଶିଶୁକନ୍ୟାକୁ ପାଲଲହଡା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରା ଯାଇଥିଲା । ତେବେ ଶିଶୁର ଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତର ତାଙ୍କୁ ଅନୁଗୁଳ ସ୍ଥାନାନ୍ତର କରିଥିଲେ । ଶିଶୁକନ୍ୟାଟି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧିନ ଅବସ୍ଥାରେ ରହିଥିବା ବେଳେ ଏବେ ମଧ୍ୟ ଗୁରୁତର ଅବସ୍ଥାରେ ରହିଛି ।