Webportal
Adarasha College

ନଗର ଉନ୍ନୟନ ମନ୍ତ୍ରୀ ଅପଦସ୍ତ

ଆଇଏଏସ୍ ସଂଗ୍ରାମଜିତ୍‌ଙ୍କୁ ଥଇଥାନ କରିଥିଲେ ନଗର ଉନ୍ନୟନ ମନ୍ତ୍ରୀ, ବିଦା କଲେ ମୁଖ୍ୟମନ୍ତ୍ରୀ

sanitry
0 94

ଅବସରପ୍ରାପ୍ତ ଆଇଏଏସ୍ ସଂଗ୍ରାମଜିତ ନାୟକଙ୍କୁ ଆଜି ହଟହଟା ହୋଇ ଚାକିରିରୁ ବିଦା ହେବାକୁ ପଡ଼ିଛି । ମାତ୍ର ମାସକ ପୂର୍ବରୁ ତାଙ୍କୁ ‘ଜାଗା ମିଶନ’ର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଥଇଥାନ କରିଥିଲେ ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । କିନ୍ତୁ ଶ୍ରୀ ନାୟକଙ୍କ ଏହି ପୁନଃଥଇଥାନ ନିଷ୍ପତ୍ତିକୁ ରଦ୍ଦ କରିଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ଏଭଳି ଏକ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହୋଇ ନିଜ ଆଡ଼ୁ ଚାକିରିରୁ ଇସ୍ତଫା ଦେଇ ପଳାଇଛନ୍ତି ଅବସରପ୍ରାପ୍ତ ଆଇଏଏସ୍ ସଂଗ୍ରାମଜିତ୍ ନାୟକ ।୨୦୨୩ ଜୁନ୍ ୩୦ରେ ସରକାରୀ ଚାକିରିରୁ ଅବସର ନେଇଥିବା ଅବସରପ୍ରାପ୍ତ ଆଇଏଏସ୍ ସଂଗ୍ରାମଜିତ୍ ନାୟକଙ୍କର ବର୍ଦ୍ଧିତ କାର୍ଯ୍ୟକାଳ(ନଗର ଉନ୍ନୟନ ବିଭାଗର ଓଏସଡି ଭାବେ ଏକବର୍ଷ) ୨୦୨୪ ଜୁନ୍ ୩୦ତାରିଖରେ ଶେଷ ହୋଇଥିଲା । ତେବେ ରାଜ୍ୟରେ ଜୁନ୍ ୧୨ତାରିଖରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ଅବସରପ୍ରାପ୍ତ ଅଫିସରମାନଙ୍କୁ ଥଇଥାନ କରାଯିବା ନିଷ୍ପତ୍ତିକୁ ବିଭିନ୍ନ ମହଲରୁ ତୀବ୍ର ବିରୋଧ ହୋଇଥିଲା । ଏସବୁ ସତ୍ତ୍ୱେ ଶ୍ରୀ ନାୟକ ନିଜର ଚାକିରି ବଂଚାଇବାରେ ସକ୍ଷମ ହୋଇଥିଲେ । ତେବେ ଦୀର୍ଘବର୍ଷ ଧରି ପୌର ପ୍ରଶାସକ ପଦବୀରେ ଥିବା ଶ୍ରୀ ନାୟକଙ୍କୁ ଏହି ପଦ ଛାଡ଼ିବାକୁ ପଡ଼ିଥିଲା ।ଆଉ ତତକାଳୀନ ବିଭାଗୀୟ ସଚିବ ଜି ମାଥିଭାଥାନନଙ୍କ ପ୍ରସ୍ତାବକୁ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ମହାପାତ୍ର ଅନୁମୋଦନ କରିଥିଲେ ଓ ସେହି ଆଧାରରେ ଜୁଲାଇ ପ୍ରଥମ ସପ୍ତାହରେ ଶ୍ରୀ ନାୟକଙ୍କୁ ‘ଜାଗା ମିଶନ’ର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ପୁଣିଥରେ ଅବସ୍ଥାପିତ କରାଯାଇଥିଲା । ଏପରିକି ଶ୍ରୀ ନାୟକ କିଭଳି ପୁଣିଥରେ ଥଇଥାନ ହେଲେ ତାକୁ ନେଇ ମଧ୍ୟ ଗଣମାଧ୍ୟମରେ ପ୍ରଶ୍ନ ଉଠିଥିଲା । ତେବେ ଶ୍ରୀ ନାୟକ ଜଣେ ଆଇଏଏସ୍ ଅଫିସର ହୋଇଥିବାରୁ ତାଙ୍କୁ ପୁନଃଥଇଥାନ ପାଇଁ ମନ୍ତ୍ରୀ ନୁହେଁ ବରଂ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନର ଆବଶ୍ୟକତା ଥିବା ଦର୍ଶାଇ ବର୍ତ୍ତମାନର ନଗର ଉନ୍ନୟନ ସଚିବ ଉଷା ପାଢ଼ୀ ଏ ସଂକ୍ରାନ୍ତ ଫାଇଲକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଇଥିଲେ । କିନ୍ତୁ ଶ୍ରୀ ନାୟକଙ୍କ ପୁଣିଥରେ ନିଯୁକ୍ତିକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ରଦ୍ଦ କରିଦେଇଛନ୍ତି । ଆଉ ଏହା ଜାଣିବାପରେ ଶ୍ରୀ ନାୟକ ନିଜ ପଦରୁ ଇସ୍ତଫା ଦେଇ ପଳାଇଥିବା ଜଣାପଡ଼ିଛି ।

Onida Ad
Square Ad 1
Leave A Reply

Your email address will not be published.