Webportal

ନାଗରିକମାନଙ୍କର ସ୍ୱାଧୀନତା ଉପରେ ଏବେ ବି ପ୍ରଶ୍ନ ଉଠୁଛି: ଅମିତାଭ ବଚ୍ଚନ

sanitry
0 107

ସାଧାରଣତଃ ରାଜନୈତିକ ବିବାଦରୁ ନିଜକୁ ସବୁବେଳେ ଦୂରେଇ ରଖିଥାଆନ୍ତି ଚଳଚ୍ଚିତ୍ର ଅଭିନେତା ଅମିତାଭ ବଚ୍ଚନ। କିନ୍ତୁ କାଲି କୋଲକାତା ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ଉଦଘାଟନୀ ଉତ୍ସବରେ ନାଗରିକର ସ୍ବାଧୀନତା ଏବଂ ଅଭିବ୍ୟକ୍ତିର ସ୍ବାଧିନତା ଉପରେ ଏକ ବିଶେଷ ମନ୍ତବ୍ୟ ଦେଇଛନ୍ତି। ବର୍ଷିୟାନ ଚଳଚ୍ଚିତ୍ର ଅଭିନେତା ଅମିତାଭ ବଚ୍ଚନ ଅଭିବ୍ୟକ୍ତିର ସ୍ୱାଧୀନତା ବିଷୟରେ କହିଛନ୍ତି ଯେ, ‘ବର୍ତ୍ତମାନ ସୁଦ୍ଧା ନାଗରିକଙ୍କ ସ୍ୱାଧୀନତା ଉପରେ ପ୍ରଶ୍ନ ଉଠୁଛି।’

ବ୍ରିଟିସ୍‌ ସେନ୍‌ସରସିପ୍‌, ସ୍ୱାଧୀନତା ପୂର୍ବରୁ ଦଳିତଙ୍କ ବିରୁଦ୍ଧରେ ହେଉଥିବା ଚଳଚ୍ଚିତ୍ର, ସାମ୍ପ୍ରଦାୟିକତା ଓ ସାମାଜିକ ଏକତା ଉପରେ ବିସ୍ତୃତଭାବରେ ଆଲୋଚନା ପରେ ଅମିତାଭ ବଚ୍ଚନ କହିଛନ୍ତି ଯେ, ‘ମୋର ପୂର୍ଣ୍ଣ ବିଶ୍ବାସ ରହିଛି ଯେ, ମଞ୍ଚରେ ଥିବା ମୋର ସହକର୍ମୀମାନେ ମୋ ମତ ସହିତ ସହମତ ହେବେ ଯେ, ଏବେବି ନାଗରିକ ସ୍ୱାଧୀନତା ଏବଂ ଅଭିବ୍ୟକ୍ତିର ସ୍ୱାଧୀନତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଇଛି।’ ବର୍ଷିୟାନ ଅଭିନେତା ଅଭିିତାଭ ବଚ୍ଚନ ଗୁରୁବାର ୨୮ତମ ଅନ୍ତରାଷ୍ଟ୍ରୀୟ ଫିଲ୍ମ ଫେଷ୍ଟିଭାଲକୁ ଉଦ୍ଘାଟନ କରିବା ପରେ ଏପରି କିଛି କହିଥିଲେ।

ସୂଚନାଥାଉକି କୋଲକାତାର ନେଟାଜୀ ଇନ୍‌ଡୋର ଷ୍ଟାଡିୟମରେ ଦୀପ ଜାଳି ଅମିତାଭ ବଚ୍ଚନ ଫିଲ୍ମ ମହୋତ୍ସବର ଉଦଘାଟନ କରିଥିଲେ। ଏହି ଅବସରରେ ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଅଭିନେତ୍ରୀ ଜୟା ବଚ୍ଚନ, ଅଭିନେତା ଶାହରୁଖ ଖାନ, ଭାରତୀୟ କ୍ରିକେଟର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି, ଚଳଚ୍ଚିତ୍ର ନିର୍ମାତା ମହେଶ ଭଟ୍ଟ ଏବଂ ବର୍ଷିୟାନ ଅଭିନେତା ଶତୃଘ୍ନ ସିହ୍ନା ଉପସ୍ଥିତ ଥିଲେ।

Square Ad 1
Leave A Reply

Your email address will not be published.