Webportal

ନାଟ୍ୟମ ପକ୍ଷରୁ ନାଟକ ବ୍ରହ୍ମ ବିବାଦ ବିସମ୍ବାଦ ମଞ୍ଚସ୍ଥ

sanitry
0 132

ପୁରୀ ରେ ଶ୍ରୀ ଜଗନ୍ନାଥ ଙ୍କ ପରିକ୍ରମା ପରକଳ୍ପ ର ଭବ୍ୟ ଲୋକାର୍ପଣ ସମାରୋହ ଅବସରରେ ଅନୁଗୁଳ ରେ ଶ୍ରୀ ଜଗନ୍ନାଥ ତତ୍ତ୍ଵ ଆଧାରିତ ନାଟକ ବ୍ରହ୍ମ ବିବାଦ ବିସମ୍ବାଦ ମଞ୍ଚସ୍ଥ ହୋଇଯାଇଛି।ଏହି ସମାରୋହକୁ ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ଉଦ୍ଘାଟନ କରି ଜଗନ୍ନାଥ ଦର୍ଶନ ଓ ସଂସ୍କୃତି ସୁଦୂର ପ୍ରସାରି ବୋଲି କହିଥିଲେ।ସମ୍ମାନିତ ଅତିଥି ରୂପେ ଅନୁଗୁଳ ନଗରପାଳ ଅକ୍ଷୟ କୁମାର ସାମନ୍ତ ଯୋଗ ଦେଇଥିଲେ।୩୫ ରୁ ଅଧିକ କଳାକାର ଙ୍କୁ ନେଇ ଏହି ନାଟକ ଦର୍ଶକ ଙ୍କୁ ବେଶ୍ ବାନ୍ଧି ରଖିଥିଲା।ନାଟକ ରେ ଜଗନ୍ନାଥ ଙ୍କ ଅପାର ମହିମା ଠାରୁ ଆରମ୍ଭ କରି ବ୍ରହ୍ମ ବିବାଦ ଯାଏ ସବୁ କଥା ପ୍ରଦର୍ଶିତ ହୋଇଚି।ଜଣେ ଭକ୍ତ କୁ ପ୍ରଭୁ ସିଧା ସଳଖ ଦର୍ଶନ ନ ଦେଇ କିଭଳି ବାରମ୍ବାର ଧର୍ଯ୍ୟ ର ପରୀକ୍ଷା କରୁଛନ୍ତି ତାହା ବେଶ୍ ମାର୍ମିକ ରୂପେ ପ୍ରଦର୍ଶିତ ହୋଇଚି।ପରୀକ୍ଷା କଲେ ମଧ୍ୟ ଭକ୍ତକୁ ସେ ନିଜର ଅଶେଷ କୃପା ଦାନ କରିଛନ୍ତି।ଯେଉଁମାନେଦ୍ଵନ୍ଦ ସୃଷ୍ଟି କରନ୍ତି ଏବଂ ଯୁଗ ଯୁଗ ତୃଟି ରୁ ଫାଇଦା ଉଠାଇବାକୁ ଚେଷ୍ଟା କରନ୍ତି ତାଙ୍କୁ ପ୍ରଭୁ କିଭଳି ଦଣ୍ଡ ଦେଇଛନ୍ତି ଏବଂ ସେମାନେ କିଭଳି ଦଣ୍ଡ କୁ ଗ୍ରହଣ କରୁଛନ୍ତି ତାହାକୁ ନେଇ ନାଟକ ଗତିଶୀଳ ହୋଇଛି।ନାଟକ ଟି ରାଜ୍ୟ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଓ ସଙ୍ଗୀତ ନାଟକ ଏକାଡେମୀ ଆନୁକୁଲ୍ୟରେ ରେ ପ୍ରଦର୍ଶିତ ହୋଇଥିଲା।ନାଟକ ଟି କୁ ରଚନା କରିଥିଲେ ନବୀନ କୁମାର୍ ପରିଡ଼ା ଏବଂ ନିର୍ଦ୍ଦେଶନା ଦେଇଥିଲେ ସୁଧାଂଶୁ ମୋହନ ଦ୍ବିବେଦୀ।
ନାଟ୍ୟମ ଅନୁଷ୍ଠାନର ସଭାପତି ଶ୍ରୀ ଦ୍ବିବେଦୀ ଙ୍କ ସମେତ ସମ୍ପାଦକ ସମୀର ପଟ୍ଟନାୟକ, ନିଝାର ଆଲୀ ଦାମାନି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ନାଟ୍ୟ ମ ର କଳାକାର ମାନଙ୍କ ମଞ୍ଚ ପ୍ରଦର୍ଶନ ବେଶ୍ ଉପଭୋଗ୍ୟ ହୋଇଥିଲା।

Square Ad 1
Leave A Reply

Your email address will not be published.