Webportal

ନାବାଳକ ଉଦ୍ଧାର

sanitry
0 164

ଗତ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୬ଘଟିକା ସମୟରେ କୁମଣ୍ଡ ଚଣ୍ଡୀ ବଜାର ବାସିନ୍ଦା ସୁମନ୍ତ ନାୟକ ଫୋନ ଜରିଆରେ କୁମଣ୍ଡ ଚଣ୍ଡୀ ବଜାର ଅଲେଖ ପାଟଣା ସାହି ରାସ୍ତା ରେ ଏକ ୯-୧୦ବର୍ଷ ର ଶିଶୁ ଅଚେତ ଅବସ୍ଥାରେ ପଡିଛି ବୋଲି ସ୍ବେଚ୍ଛାସେବୀ ବ୍ରହ୍ମଜ୍ୟୋତି ମିଶ୍ରଙ୍କୁ ଜଣାଇଥିଲେ ।ଏହି ଖବର ପାଇ ଶ୍ରୀଯୁକ୍ତ ମିଶ୍ର ଓ କିଛି ସ୍ୱେଚ୍ଛାସେବୀ ତୁରନ୍ତ ଯାଇ ସେଠାରେ ପହଞ୍ଚି ଶିଶୁ କୁ ଉଦ୍ଧାର କରି ଓ ତାର ସ୍ୱାସ୍ଥ୍ୟ ଅବସ୍ଥା ବୁଝି ତୁରନ୍ତ ତାକୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଆଣି ତାର ସ୍ୱାସ୍ଥ୍ୟ ପରୀକ୍ଷା କରାଇ ଥିଲେ। ତାର ଠିକଣା ବୁଝିବାରୁ ସେ ତାର ନାମ ସଂଜୟ ବାଳୁମୁଚୁ ପିତା -ରାଉତ ବାଳୁମୁଚୁ,ମା -କେନ୍ଦୀ ବାଳୁମୁଚୁ, ବୟସ-୧୦ ବର୍ଷ,ଗ୍ରାମ-ଜରସିଂଙ୍ଗା ବଉଦିଆ ହଟିଙ୍ଗି ଓ ତାର ଆଉ ଦୁଇ ଜଣ ଭାଇ ଜଣେ ଜରସିଙ୍ଗା ରେ ଆଉ ଜଣେ ନାଲକୋ ରେ ରହୁଛନ୍ତି ବୋଲି ଜଣାଇଥିଲା। ତା ବାପା ମା ଙ୍କ ମୃତ୍ୟୁ ହୋଇଯିବାରୁ ତାର ମାମୁଁ ଧ୍ରୁବ ବାଳୁମୁଚୁ ଓ ମାଇଁ ବେଡି ବାଳୁମୁଚୁ,ଗ୍ରାମ-ଜରସିଂଙ୍ଗା,ବଉଦିଆ ହଟିଙ୍ଗି ରେ ରହୁଥିଲା ବୋଲି କହିଥିଲା ।ଶିଶୁ ପୁତ୍ର ମାମୁଁ ର ଚାରୋଟି ସନ୍ତାନ ଦୁଇଟି ପୁଅ ଓ ଦୁଇଟି ଝିଅ ।ଶିଶି ପୁତ୍ର ଟି ଜରସିଙ୍ଗା ଅଂକୁର ବାହଲ ସ୍କୁଲ ରେ ୨ୟ ଶ୍ରେଣୀ ରେ ପାଠ ପଡୁଥିଲେ ମଧ୍ୟ ମାଇଁ ତାର ସ୍କୁଲ କୁ ନଛାଡି ଘରେ କାମ କରିବା ପାଇଁ ରଖାଉଥିଲା।ପୁତ୍ରର ମାମୁଁ,ମାଇଁ ମାଡ ମାରିବାରୁ ଆଜିକୁ ପ୍ରାୟ ଦୁଇ ଦିନ ହେଲା । ମାଡ ଖାଇବା ପରେ ରାଗରେ ଘରୁ ପଳ‍ାଇଅାସି ଖରାରେ ରାସ୍ତା ରେ ବୁଲୁଥିଲା ।କିଛି ଖାଦ୍ୟ ନଖାଇବା ସହ ଟାଣ ଖରାରେ ବୁଲି କୁମଣ୍ଡ ଚଣ୍ଡୀ ବଜାର ଅଲେଖ ପାଟଣା ସାହି ରାସ୍ତାରେ ଅଚେତ ଅବସ୍ଥାରେ ପଡିଥିଲା।ଏଣୁ ତାକୁ ଡାକ୍ତର ପରୀକ୍ଷା ହୋଇ କିଛି ଔଷଧ ଦେବା ସହ ଓ.ଅାର.ଏସ ନେଇ ଶିଶୁ ମଙ୍ଗଳ କମିଟିର ଭାରପ୍ରାପ୍ତ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ଙ୍କୁ ଯୋଗାଯୋଗ କରି ଶିଶୁ ଟିକୁ ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷଙ୍କ ନିକଟରେ ପହଞ୍ଚାଇବା ପରେ ସେ ସବୁ ମାନପତ୍ର କରି ପଞ୍ଚମହଲା ସ୍ଥିତ ଆଦୃତ ଶିଶୁ ଗୃହରେ ଛାଡ଼ିଦେବା ପାଇଁ ଅଧ୍ୟକ୍ଷ କହିଥିବାରୁ ତୁରନ୍ତ ଆଦୃତ ଶିଶୁ ଗୃହର ଦାୟିତ୍ୱରେ ଥିବା ସୁଦର୍ଶନ ପରିଡା (ପୌଷ୍ୟ ସନ୍ତାନ ସନନ୍ଦ) କୁ ହସ୍ତାନ୍ତର କରଥିଲେ । ଏହି ସବୁ ଘଟଣା ବିଷୟରେ ଅନୁଗୋଳ ଥାନାର ଭାରପ୍ରାପ୍ତ ଅଧିକାରୀ ରମେଶ ଚନ୍ଦ୍ର ବିଶୋଇ ଓ ଶିଶୁ ସୁରକ୍ଷା ଅଧିକାରୀ ଗୌରୀ ଶଙ୍କର ବେହେରାଙ୍କୁ ମଧ୍ୟ ଜଣାଇଛନ୍ତି ବୋଲି ଶ୍ରୀଯୁକ୍ତ ମିଶ୍ର ସୂଚନା ଦେଇଛନ୍ତି ।

Square Ad 1
Leave A Reply

Your email address will not be published.