Webportal

ନିରୁପାୟ ଚାଷୀ

sanitry
0 197

ଅନୁଗୁଳ ବ୍ଲକ ଖାଲଙ୍ଗା ସେବା ସମବାୟ ସମିତି ପକ୍ଷରୁ ଚଳିତ ବର୍ଷ ଚାଷୀ ଙ୍କୁ ଯୋଗାଯାଇ ଥିବା ପୂଜା କିସମ ବିହନ ବସ୍ତା ୨୦ କିଗ୍ରା କୁ୪୦୦ ଟଙ୍କାରେ ବିକ୍ରି କରାଯାଇଥିଲା କିନ୍ତୁ ଚାଷୀ କିଣିଥିବା ବିହନ ଚାଷ ଉପଯୋଗୀ ହୋଇ ନ ଥିବା ଅଭିଯୋଗ ଆସିଛି।ଧାନ ବିହନ ବସ୍ତା ଭିତରେ ଧାନ ଗଜା ହୋଇ ଯାଇଅଛି ଯାହା ସମ୍ପର୍କରେ ସେବା ସମବାୟ ସମିତି ସମ୍ପାଦକ ଙ୍କୁ ପଚାରିବାରୁ ସେ କହିଛନ୍ତି ମୋଟ ୪୫ କୁଇଣ୍ଟାଲ ଧାନ ବିହନ ଅଣାଯାଇଥିଲା ସେଥିରୁ ୪୦ କୁଇଣ୍ଟାଲ ଧାନ ବିହନ ବିକ୍ରି ହୋଇଛି ଓ ସେଥିରୁ ପୂଜା କିସମ ବିହନ ଗଜା ହେବା କଥା ବିହନ ନିଗମ ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତିି। ବିହନ ନିଗମ ଚାଷୀଙ୍କୁ ନୂତନ ବିହନ ଯୋଗାଇ ଦେବାକୁ କହିଛନ୍ତି।ଏ ପଟେ ଚାଷୀ ମାନେ କୁହନ୍ତି ଧାନ ତଳି ପକାଇବା ସମୟ ଚାଲିଗଲାନି ତ ଆମେ ବର୍ତ୍ତମାନ ବିହନ ନେଇ କରିବୁ କଣ। ଅନ୍ୟ କିସମ ବିହନ ପକାଇବା ପାଇଁ ପାଖରେ ଟଙ୍କା ନାହିଁ କିମ୍ବା କାହାଠାରୁ ପୁରୁଣା ବିହନ ପକାଇବା ପାଇଁ ପାଗ ଅନୁକୂଳ ନୁହଁ ବୋଲି ଗ୍ରାମବାସୀ କହିଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି ଚାଷୀ ଏବେ କରିବେ କଣ ?

Square Ad 1
Leave A Reply

Your email address will not be published.