ଅନୁଗୋଳ ଜାମୁଣ୍ଡା ଜଙ୍ଗଲ ଅଞ୍ଚଳର ଜଣେ ଯୁବକଙ୍କୁ ମୃଦୁ ପାନୀୟରେ ନିଶା ଦେଇ ଲୁଟ୍ କରାଯାଇଥିବା ଅଭିଯୋଗ ହୋଇଛି। ଲୁଟ୍ର ଶିକାର ହୋଇଥିବା ଯୁବକ ହେଲେ ରାକେଶ କୁମାର ପ୍ରଧାନ ଯାହାଠାରୁ ଦୁଇ ଜଣ ଦୁର୍ବୃତ୍ତ ଦୁଇ ହଜାର ଟଙ୍କା ଓ ମୋବାଇଲ ଲୁଟି ନେଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଅନୁଗୁଳ ଜିଲ୍ଲା ଚିକିତ୍ସାଳୟରେ କାଲି ଭର୍ତ୍ତି କରାଯାଇଛି। ରାକେଶ କଟକରୁ ଅନୁଗୋଳ ଫେରୁଥିବା ବେଳେ ଦୁଇଜଣ ଯୁବକ ଅନୁଗୋଳ ଯିବେ ବୋଲି କହି ରାକେଶଙ୍କୁ ସେମାନଙ୍କ ଗାଡ଼ିରେ ବସାଇଥିଲେ ଓ ତାଙ୍କୁ ଚଣ୍ଡିଖୋଲ ରାସ୍ତାରେ ନେଇ ଛତିଆ ଗୋବିନ୍ଦପୁର ଠାରେ ତାଙ୍କଠାରୁ ଲୁଟ କରିଥିଲେ। ଚେତାଶୂନ୍ୟ ଅବସ୍ଥାରେ ରାକେଶ ପଡ଼ିଥିବା ବେଳେ ପରିବାର ଲୋକେ ଖବର ପାଇ ତାଙ୍କୁ ଉଦ୍ଧାର କରିଥିଲେ।