Webportal

ନୂଆପଡା ଜିଲ୍ଲାରେ ବାଘ ଆତଙ୍କ

sanitry
0 158

ଗତ ଦୁଇ ଦିନ ହେଲା ପୁଣି ନୂଆପଡା ଜିଲ୍ଲାରେ ବାଘ ଆତଙ୍କ ଲୋକଙ୍କ ନିଦ ହଜାଇ ଦେଇଛି । ୨୦୧୭ ମସିହା ଜୁନ ମାସ ବାଘ ଆକ୍ରମଣ ଘଟଣା ର ପୁନରାବୃତ୍ତି କାଳେ ହୋଇଯିବ ସେ ଭୟରେ ଲୋକେ ଥରହର। ଜିଲ୍ଲାର କୁକୁଡ଼ାତାଳ ଅଞ୍ଚଳରେ ବାଘ ଆତଙ୍କ ଦେଖାଦେଇଛି ଓ ସ୍ଥାନୀୟ ଲୋକେ ଭୟଭୀତ ଥିବା ଦେଖିବାକୁ ମିଳିଛି ।ସୂଚନା ଅନୁସାରେ ଗତକାଲି କୁକୁଡ଼ାତାଳ ଗାଁ ନିକଟସ୍ଥ ମୁସରଙ୍ଗି ଜଙ୍ଗଲ ନିକଟରେ ଦୁଇ ଗୋଟି କଲରା ପତରିଆ ବାଘ ପଥର ଚଟାଣ ରେ ବୁଲୁଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ । ଏମିତିକି ନିଜ ମୋବାଇଲ ରେ ବାଘର ଫଟୋ ଖବର ଚାରି ଆଡ଼େ ପ୍ରସାରିତ ହେବାପରେ ସ୍ଥାନୀୟ ଅଞ୍ଚଳରେ ଲୋକେ ଭୟଭୀତ ହୋଇଛନ୍ତି । ଖବର ପାଇ ବନ ବିଭାଗର ଏକ ସ୍ୱତନ୍ତ୍ର ଟିମ ୨୪ ଘଣ୍ଟା ପହଁରା ଦେବା ସହ କୁକୁଡ଼ାତାଳ ଗାଁ ଅଞ୍ଚଳ କୁ ଯାଇ ଲୋକଙ୍କୁ ସଚେତନ କରୁଛନ୍ତି । ନୂଆପଡା ଜିଲ୍ଲା ରେ ବାଘ ନୂଆ ନୁହେଁ ଏହା ପୂର୍ବରୁ ଗତ ୨୦୧୭ ମସିହାରେ ହଳଦୀ ଗାଁରେ ଜଣେ ଚାରି ବର୍ଷୀୟ ବାଳକ ଛଗନ କୁ ମା କୋଳ ରୁ ଉଠାଇ ନେଇ ଖାଇଦେଇଥିଲା । ପରେ ଉକ୍ତ ବାଘ କୁ ବନ ବିଭାଗ କାବୁ କରି ନନ୍ଦନକାନନ ପଠେଇଥିଲା । କିଛି ଦିନ ପରେ ସେହି ଗାଁର ଆଇ ନାତୁଣୀ ଶୋଇ ଥିବା ସମୟରେ ଅନ୍ୟ ଏକ ବାଘ ଆକ୍ରମଣ କରି ରକ୍ତାତ କରିଦେଇଥଲା । ପୁଣି ଥରେ ବନ ବିଭାଗ ବାଘକୁ ଜନ୍ତା ସାହାଯ୍ୟ ରେ କାବୁ କରି ନନ୍ଦନକାନନ ରେ ଛାଡିଥିଲେ । ବର୍ତ୍ତମାନ ପୁଣି ନୂଆପଡା କୁକୁଡ଼ାତାଳ ଅଞ୍ଚଳରେ ବାଘ ଦେଖାଦେଇଥିବାରୁ ଲୋକମାନେ ଆତଙ୍କିତ ହୋଇପଡି ବାଘକୁ ଧରିବା ପାଇଁ ଦାବି କରୁଛନ୍ତି । Oବନ ବିଭାଗ ଲୋକଙ୍କୁ ସଚେତନ କରେଇବା ସହ ବାଘ ର ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଥିବା ନୂଆପଡା ବନ ବିଭାଗ ରେଞ୍ଜର ଅସିତ କୁମାର ଦାସ ପ୍ରକାଶ କରିଛନ୍ତି । ସୂଚନା ଥାଉକି ୧୯୯୬ ମସିହାରେ ନୂଆପଡା ଜିଲ୍ଲା ସୁନାବେଡା ଅଭୟାରଣ୍ୟ କୁ କେନ୍ଦ୍ର ସରକାର ବ୍ୟାଘ୍ର ପ୍ରକଳ୍ପ ଘୋଷଣା କରିବାକୁ ପ୍ରସ୍ତାବ ଦେଇଥିଲେ, ହେଲେ ରାଜ୍ୟ ସରକାର ରିପୋର୍ଟ ଦେଇ ନଥିବାରୁ ତାହା ଆଜି ଯାଏ ହୋଇପାରିନାହିଁ ।ଗତ ୨୦୧୮ ମସିହା ଫେବୃଆରୀ ମାସରେ ବନ୍ୟପ୍ରାଣୀ ବିଭାଗ ତରଫରୁ ଅଭୟାରଣ୍ୟ ରେ ପଗ ମାର୍କ ଓ କ୍ୟାମେରା ଟ୍ରାକିଂ ଦ୍ୱାରା ତୃଣ ଭୋଜି ଓ ମାଂସାସି ପ୍ରାଣୀ ଙ୍କ ଗଣନା ହୋଇଥିଲା ।ଏଥିରେ ଉଭୟ ତୃଣ ଭୋଜି ଓ ମାଂସାସି ପ୍ରାଣୀ ଙ୍କ ସଂଖ୍ୟା ବଢିଥିବା ସୂଚନା ମିଳିଥିଲା । ଏଥିରେ ୧୪ ରୁ ୧୬ ଗୋଟି କଲରାପତରିଆ ବାଘ ଥିବା ବନବିଭାଗ ଅନୁମାନ କରିଥିଲା । ଛତିଶଗଡ଼ ଓ ନୂଆପଡା ସୀମାନ୍ତ ରେ ଥିବା ଏହି ଘଞ୍ଚ ଜଙ୍ଗଲ ସୁନାବେଡା ଅଭୟାରଣ୍ୟରେ ଶିମିଳିପାଳ ଭଳି କଲରା ପତରିଆ ବାଘ ଥିବା ମଧ୍ୟ ସୂଚନା ମିଳିଛି ।

Square Ad 1
Leave A Reply

Your email address will not be published.