Webportal

ନୟାଗଡ଼ ଜିଲ୍ଲାରେ ଗ୍ରାଫାଇଟ ପଥର ଖଣିର ସନ୍ଧାନ

sanitry
0 108

ନୟାଗଡ଼ ଜିଲ୍ଲା ଭାପୁର ବ୍ଲକରେ ଗ୍ରାଫାଇଟ ପଥର ଖଣିର ସନ୍ଧାନ ମିଳିଛି । ଖୁଣ୍ଟୁପଡା ଗାଁ ନିକଟରେ ଥିବା ଛେଳିଆ ଡୁବୁରୀ ପାହାଡ଼ରେ ଗ୍ରାଫାଇଟ ପଥର ଖଣିର ସନ୍ଧାନ ମିଳିଛି । ଗତକାଲି ଠାରୁ ଏହାର ଅନୁସନ୍ଧାନ ମୂଳକ ଖନନ ଆରମ୍ଭ ହୋଇଛି । ସାଟେଲାଇଟ୍‌ ରିପୋର୍ଟ ଆଧାରରେ ଜିଓଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆର କୋଲକାତାରେ ଥିବା ପୂର୍ଵଞ୍ଚଳ ଶାଖା ପରିଚାଳନାରେ ଏହି ଖନନ କାର୍ଯ୍ୟ ଆରମ୍ଭ କରାଯାଇଛି । ଏହା ପ୍ରଥମ ଟେଷ୍ଟିଙ୍ଗ୍‌ ଖନନ ବୋଲି ଖନନକାରୀଙ୍କ ପକ୍ଷରୁ କୁହାଯାଇଛି ।

ଏହି ଅଞ୍ଚଳର ତିନୋଟି ସ୍ଥାନରେ ୬୦ ମିଟର ଲେଖାଏଁ ଖନନ କରାଯିବ । ପ୍ରତି ୧୦ ମିଟର ଖନନ ହୋଇଥିବା ମାଟିକୁ ସଂଗ୍ରହ କରି ଏହାକୁ ପରୀକ୍ଷା ପାଇଁ ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆର ଲାବୋଟୋରିକୁ ପଠାଯିବ । ମାଟିର ପରୀକ୍ଷଣ ପରେ କେତେ ପରିମାଣର ଏବଂ କେଉଁ ମାନର ଗ୍ରାଫାଇଟ ମହଜୁତ ରହିଛି ତାହା ଜଣାପଡିବ । ରିପୋର୍ଟ ମିଳିବା ପରେ ପରବର୍ତ୍ତୀ ସମୟରେ ଅଧିକ ଖନନ କରାଯିବ ବୋଲି ଜିଓ ଲୋଜିକାଲ ସର୍ଭେ ଅଫ ଇଣ୍ଡିଆର କୋଲକାତାରେ ଥିବା ପୂର୍ଵଞ୍ଚଳ ଶାଖା ପରିଚାଳନା ପକ୍ଷରୁ ସୂଚନା ଦିଆଯାଇଛି ।

Square Ad 1
Leave A Reply

Your email address will not be published.