Webportal

ପଞ୍ଜାବ ସରକାରଙ୍କ ମିଛ ବାହାଦୂରୀ ପାଇଁ ପ୍ରସିଦ୍ଧ ଗାୟକ ତଥା କଂଗ୍ରେସ ନେତା ହରେଇଲେ ନିଜ ଜୀବନ

sanitry
0 66

ଅପରିପକ୍ଵତାର ପରିଚୟ ଦେଇଛନ୍ତି ପଞ୍ଜାବର ଆପ ପରିଚାଳିତ ସରକାର। ଆତଙ୍କବାଦର ବାଦଲ ରାଜ୍ୟ ଉପରେ ବୁଲୁଥିବା ସମୟରେ ହଠାତ୍ 424 ଜଣ ଭିଆଇପିଙ୍କ ସୁରକ୍ଷା ପ୍ରତ୍ୟାହାର କରିବାର କାରଣ କେବଳ ବାହାଦୂରୀ ମାତ୍ର। କାରଣ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱତ ମାନ ନିକଟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କୁ ଭେଟି ସୁରକ୍ଷା ଦୃଷ୍ଟିରୁ ରାଜ୍ୟରେ ଅଧିକ କେନ୍ଦ୍ରୀୟ ସୁରକ୍ଷା ବଳଙ୍କ ମୁତୟନ ପାଇଁ ଅନୁରୋଧ କରିଥିଲେ। ଏହି ସମୟରେ କେଉଁ କାରଣରୁ ଏତେ ସଂଖ୍ୟାରେ ସୁରକ୍ଷା ପ୍ରତ୍ୟାହାର କରାଗଲା ତାର ଉତ୍ତରରେ କେବଳ ବାହାନା ମିଳିବ।

ପ୍ରଶାସନିକ ସ୍ତରରେ ମଧ୍ୟ ଏହି ସରକାର ବିଫଳ ଜଣାପଡୁଛି। କାରଣ ସୁରକ୍ଷା ପ୍ରତ୍ୟାହାର ନିଷ୍ପତ୍ତି ନେଉ ନେଉ ପ୍ରତ୍ୟାହାର ହେଉଥିବା ଲୋକଙ୍କ ତଥ୍ୟ ପ୍ରଘଟ ହୋଇଗଲା। ଏହାର ଫଳ ସ୍ୱରୂପ ସୁରକ୍ଷା ପ୍ରତ୍ୟାହାର ର ଦିନେ ମଧ୍ୟରେ ପଞ୍ଜାବର ଜଣେ ଆଗଧାଡିର ଗାୟକ ଓ କଂଗ୍ରେସର ନେତାଙ୍କର ଗୁଳି କରି ହତ୍ୟା କରିଦିଆଗଲା।

ଆଉ କିଛି ଅଘଟଣ ଘଟିବା ପୂର୍ବରୁ ପଞ୍ଜାବ ସରକାରଙ୍କୁ ନିଜ ନିଷ୍ପତ୍ତିର ପୁର୍ନବିଚାର କରିବାର ଆବଶ୍ୟକତା ରହିଛି।

Square Ad 1
Leave A Reply

Your email address will not be published.