Webportal

ପାଉଁଶ ଉଡିବାକୁ ନେଇ ଅନୁଗୋଳ ପ୍ରଦୂଷଣ ବିଭାଗ କାର୍ଯ୍ୟାଳୟ ଦ୍ୱାରସ୍ଥ ଗ୍ରାମବାସୀ

sanitry
0 110

ଏନଟିପିସି ଥାନା ଆମ୍ବପାଳ ଗ୍ରାମରେ Ntpc ଓ jitpl ର ପାଉଁଶ ବୋଝେଇ ଗାଡ଼ି ଗୁଡ଼ିକ ଦିନ ରାତି ରାସ୍ତା କଡ଼ରେ ମନା କରିବା ସତ୍ତ୍ଵେ କମ୍ପାନୀ କର୍ତ୍ତୃପକ୍ଷ କର୍ଣ୍ଣପାତ ନ କରି ରାସ୍ତା କଡ଼ରେ ପାଉଁଶ ଗଦାଇବା ଫଳରେ ଲୋକ ମାନଙ୍କର ଯିବା ଆସିବାରେ ବହୁତ ଆସବିଧା ହେଉଛି , ଏପରିକି ଦୁର୍ଘଟଣା ମଧ୍ୟ ଘଟୁଛି । ଟିକିଏ ପବନରେ ପାଉଁଶ ଉଡ଼ି ଜମିବାଡି , ଘରଦ୍ୱାର ସବୁଆଡେ ପଡୁଛି । ଯାହା ଫଳରେ ବିଲରେ ଚାଷ ମଧ୍ୟ ନଷ୍ଟ ହୋଇଯାଉଛି । ଏହି ପାଣିକୁ ବ୍ୟବହାର କଲେ ବିଭିନ୍ନ ଚର୍ମ ରୋଗରେ ଆକ୍ରାନ୍ତ ହେଉଛନ୍ତି ଗ୍ରାମବାସୀ । ରୋଷେଇ ଘର ଖାଇବା ପଦାର୍ଥରେ ମଧ୍ୟ ଏହି ପାଉଁଶ ଉଡ଼ି ପଡୁଛି । ସାଧାରଣ ଜନତା ହଇରାଣ ହେବା ସଙ୍ଗେ ସଙ୍ଗେ ଗ୍ରାମବାସୀ ମଧ୍ୟ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଉଥିଲେ ମଧ୍ୟ  ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକାର ବ୍ୟବସ୍ଥା କରୁନାହିଁ , କି କମ୍ପାନୀ କର୍ତ୍ତୃପକ୍ଷ ମଧ୍ୟ ସ୍ଥାନୀୟ ବାସିନ୍ଦାଙ୍କ କଥା ଶୁଣୁ ନାହାନ୍ତି । ଯାହାକୁ ନେଇ ଆଜି ଆମ୍ବପଲ ଗ୍ରାମବାସୀ ଜିଲ୍ଲା ପ୍ରଦୂଷଣ ବିଭାଗ କାର୍ଯ୍ୟାଳୟ ଅନୁଗୋଳ ଦ୍ୱାରସ୍ଥ ହୋଇ ଅଭିଯୋଗ କରିଛନ୍ତି ।

Square Ad 1
Leave A Reply

Your email address will not be published.