Webportal

ପାଳିତ ହେଲା ବିଶ୍ୱ ବ୍ୟାଘ୍ର ଦିବସ

sanitry
0 156

ଅନୁଗୁଳ ରେ ଆଜି ପାଳିତ ହୋଇଛି ବିଶ୍ୱ ବ୍ୟାଘ୍ର ଦିବସ । ସଙ୍କଟରେ ପଡିଥିବା ବାଘଙ୍କର ବଂଶ ରକ୍ଷା ଲାଗି ସଚେତନତା ଦିବସ ଭାବେ ଆଜିର ଦିନକୁ ପାଳନ କରାଯାଇଛି । ୨୦୧୦ ମସିହା ଜୁଲାଇ ୨୯ ତାରିଖରେ ସେଂଟପିଟରର୍ସବର୍ଗ ସମିଟରେ ପ୍ରସ୍ତାବ ଗୃହିତ ହେବା ପରେ ବିଶ୍ୱବାସୀ ବ୍ୟାଘ୍ର ଦିବସ ପାଳନ କରିଆସୁଛନ୍ତି । ଏହି ଅବସରରେ ଅନୁଗୋଳ ରେଞ୍ଜର୍ସ କଲେଜ ପରିସରରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଅନୁଗୋଳ ଏସ ପି ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ୱାଇଲଡ଼ ଲାଇଫ ଡିଏଫଓ , ଅନୁଗୋଳ ଡିଏଫଓ ଆଦି ଅତିଥିଭାବେ ଯୋଗ ଦେଇଥିଲେ । ଏହା ସହ ବିଭିନ୍ନ ଅନୁଷ୍ଠାନ , ସ୍କୁଲ ଛାତ୍ର ଛାତ୍ରୀ ମାନେ ମଧ୍ୟ ଯୋଗ ଦେଇଥିଲ । ଜିଲ୍ଲାର ସାତକୋଶିଆ ଅଭୟାରଣ୍ୟରେ ବାଘ ଵଂଶ ବୃଦ୍ଧି ହେଉ ନଥିବା ଯୋଗୁଁ ଅତିଥିମାନେ ଉଦବେଗ ପ୍ରକାଶ କରିଥିବା ବେଳେ ବ୍ୟାଘ୍ର ପ୍ରକଳ୍ପ ପାଇଁ ସମସ୍ତଙ୍କ ସହଯୋଗର ଆବଶ୍ୟକତା ରହିଛି ବୋଲି ମତ ଦେଇଥିଲେ । ତେବେ ସାତକୋଶିଆ ଅଭୟାରଣ୍ୟରେ ଏବେ ମଧ୍ୟ ଗୋଟିଏ ଜଙ୍ଗଲି ବାଘ ଅଛି ଆଉ ସମସ୍ତଙ୍କ ସହଯୋଗ ରହିଲେ ଆଗାମୀ ଦିନରେ ମଧ୍ୟ ଏହାର ସଂଖ୍ୟା ଅଧିକ ହୋଇ ପାରିବ ବୋଲି ଅତିଥିମାନେ କହିଥିଲେ ।

Square Ad 1
Leave A Reply

Your email address will not be published.