ଅନୁଗୁଳ ଜିଲ୍ଲା ବନରପାଳ ତହସିଲ ଅଫିସ ର ବରିଷ୍ଠ କିରାଣୀ ବିନୟ ମହାପାତ୍ର ଜମି ଚିହ୍ନଟ ର ଫାଇଲ ପ୍ରୋସେସ ପାଇଁ ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ଦ୍ଵାରା ଗିରଫ ହୋଇଛନ୍ତି । ତହସିଲ ଅନ୍ତର୍ଗତ ପଥୁରିଆ ଗାଁର ଦେବେନ୍ଦ୍ର ଆମନ୍ତ ତାଙ୍କ ଜମି ଚିହ୍ନଟ କରାଇବା ପାଇଁ ପୂର୍ବରୁ ଆବେଦନ କରିଥିଲେ ଓ ଫାଇଲ ପ୍ରୋସେସ କରାଇବା ପାଇଁ ବିନୟ ମହାପାତ୍ର ୧୫୦୦ ଟଙ୍କା ଲାଞ୍ଚ ମାଗିଥିଲେ ଯଉଥିପାଇଁ ଦେବେନ୍ଦ୍ରଙ୍କୁ ସେ ୫ ମାସ ରୁ ଅଧିକ ଦିନ ହେବ ହଇରାଣ କରାଉଥିଲେ । ବାରମ୍ବାର ତହସିଲ ଅଫିସ ଦଉଡି ନୟାନ୍ତ ହେବାପରେ ଦେବେନ୍ଦ୍ର ଭିଜିଲାନ୍ସ ର ଦ୍ଵାରସ୍ଥ ହୋଇଥିଲେ ଓ ଆଜି ସେ ୧୫୦୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଅଧିକାରୀ ମାନେ ତାଙ୍କୁ ଧରିଥିଲେ।

Prev Post
Next Post