Webportal

ପୁଣି ଲାଗିଲା ମାଓ ପୋଷ୍ଟର ବ୍ୟାନର

sanitry
0 139

ରାୟଗଡା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ରାମନାକୁପୁଲି ଗ୍ରାମ ନିକଟରେ ଫୁଣି ଲାଗିଲା ମାଓ ପୋଷ୍ଟର ଓ ବ୍ୟାନର । ବିଭିନ୍ନ ପ୍ରଶଙ୍ଗକୁ ନେଇ ମାଓବାଦୀ ମାନେ ଦୁଇଟି ବ୍ୟାନର୍ ଓ ୬ ଟି ପୋଷ୍ଟର ଭିନ୍ନ ଭିନ୍ନ ସ୍ଥାନରେ ଲଗାଇଛନ୍ତି । ସିପିଆଇ(ମାଓବାଦୀ) ଓଡିଶା ରାଜ୍ୟ କମିଟି ନାଁରେ ଲଗାଯାଇଥିବା ଏହି ପୋଷ୍ଟରରେ ଫାସିବାଦ ଦମନ ବନ୍ଦ କରିବା ସହ ବିପ୍ଲବିଙ୍କୁ ପୁଲିସ ମିଛ ଗୁଳିବିନିମୟରେ ହତ୍ୟା କରୁଛି ବୋଲି ଅଭିଯୋଗ ହୋଇଛି । ସେହିପରି ତ୍ରିଲୋଚନପୁର ପଞ୍ଚାୟତରୁ ସିଆରପିଏଫ୍ ହଟାଇବା ସହ ଲାଞ୍ଜିଗଡରୁ ଜନତାଙ୍କୁ ମିଥ୍ୟା କେସ୍ ରେ ରାତିଅଧିଆ ଗିରଫଦାରୀ କରାଯାଉଛି ବୋଲି ଅଭିଯୋଗ ହୋଇଛି । ଫାଶିବାଦ ଦମନକୁ ଦବାଇବା ପାଇଁ ଜନଆନ୍ଦୋଳନ କର ବୋଲି ମାଓବାଦୀଙ୍କ ପକ୍ଷରୁ ଆହ୍ବାନ କରାଯାଇଛି । ଗତକାଲି ପ୍ରାୟ ମଧ୍ୟରାତ୍ରିରୁ ଏହି ପୋଷ୍ଟର ଲାଗିଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟ ସୃଷ୍ଟି ହୋଇଛି।

Square Ad 1
Leave A Reply

Your email address will not be published.