Webportal

ପୁନର୍ବାର କୋଇଲା ସଂକଟର ଆଶଙ୍କା, ଆନ୍ଦୋଳନ ଚେତାବନୀ ଦେଲେ କ୍ଷତିଗ୍ରସ୍ତ ପ୍ରଜା

sanitry
0 152

ସରକାରୀ ନିଷ୍ପତ୍ତି କୁ ମାନୁନାହାନ୍ତି ମହାନଦୀ କୋଲଫିଲଡ଼ କର୍ତ୍ତୃପକ୍ଷ ଯାହା ଫଳରେ ହୋଇ ପାରୁନି କୋଇଲା ଖଣି କର୍ତ୍ତୃପକ୍ଷ ଓ ଖଣି କ୍ଷତିଗ୍ରସ୍ତ ମଧ୍ୟରେ ନିଯୁକ୍ତି ,କ୍ଷତିପୂରଣ ଓ ଥଇଥାନ ର ସମାଧାନ । ଯାହାର ପ୍ରତିବାଦ ଆଜି ପୁଣି ଦେଖିବାକୁ ମିଳିଛି ଅନୁଗୁଳ ସଦର ମହକୁମାରେ । ଗତ ୨୦୧୮ ମସିହାରେ ହୋଇଥିବା RPDAC ବୈଠକରେ ର ନିଷ୍ପତି କାର୍ଯ୍ୟ ରେ ଲଗାଉ ନାହିଁ କମ୍ପାନୀ । ଖାଲି ସେତିକି ନୁହଁ ରାଜ୍ୟ ସରକାରଙ୍କ ଜମି ଅଧିଗ୍ରହଣ ଆଇନ ୨୦୦୬ ମଧ୍ୟ କଯ୍ୟ କାରୀ କରୁ ନାହିଁ କମ୍ପାନୀ । ଯାହା ବିରୁଦ୍ଧରେ ଅନୁଗୁଳ ଜିଲାପାଳ ଅଫିସ ସମ୍ମୁଖରେ ପ୍ରତିବାଦ କରିଛି ଆଜି ତାଳଚେର ସୁରକ୍ଷାମଞ୍ଚ ଯେଉଁଥିରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ନେତୃତ୍ୱ ରେ ସହ ସହ ଜମି ହରା ପ୍ରଜା କମ୍ପାନୀ ବିରୁଦ୍ଧରେ ପ୍ରତିବାଦ କରିଛନ୍ତି । ୧୭ ମାସ ତଳେ ହୋଇଥିବା ନିସ୍ପତି କୁ ତୁରନ୍ତ କାଯ୍ୟକାରୀ କରାଇ ବାକୁ ସେମାନେ ଦାବି କରିଛନ୍ତି । ଏନେଇ ଜିଲା ପ୍ରଶାସନ ତୁରନ୍ତ ହସ୍ଥକ୍ଷପ କରି ସମାଧାନ ନ କଲେ ଖଣି ବନ୍ଦ ଆନ୍ଦୋଳନ କରିବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।

Square Ad 1
Leave A Reply

Your email address will not be published.