Webportal

ପୁନର୍ବାର ସାଧାରଣ ଲୋକ ହାତୀ ଆକ୍ରମଣ ର ଶିକାର

sanitry
0 163

ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ବନ୍ତଳା ରେଂଜ ଗଡତରାଶ ଗ୍ରାମର ଭୀମ ପ୍ରଧାନ(୬୦) ଦନ୍ତା ହାତୀ ଅାକ୍ରମଣରେ ଅାହାତ। ତାଙ୍କ ଡାହାଣ ଗୋଡ ଅାଘାତ। ଭୀମ ପ୍ରତିଦିନ ପରି ଅାଜି ଭୋର ପ୍ରାୟ ୫ ଟା ସମୟରେ ଗାଁ ପାଖ ନାଳକୁ ଶୌଚ ହେବା ପାଇଁ ଯାଇଥିବା ସମୟରେ ଏକ ଦନ୍ତାହାତୀ ପଛ ପାଖରୁ ଅାକ୍ରମଣ କରିଥିଲା ଓ ସେହି ସମୟରେ କିଛି ଲୋକ ଏହି ଘଟଣା ଦେଖି ଗ୍ରାମବାସୀ ଓ ବନବିଭାଗ କୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ବନବିଭାଗ ଅଧିକାରୀ ପହଞ୍ଚି ଘଟଣାର ତଦନ୍ତ କରିବା ସହ ଅାହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ଗ୍ରାମବାସୀଙ୍କ କହିବାନୁଯାୟୀ ଖିଣ୍ଡା, ମରଣ୍ଡା,ଗଡତରାଶ, ବାରଗୌଣିଅା ଅଞ୍ଚଳରେ ଦୀର୍ଘ ୨ ମାସ ଧରି ବିଭିନ୍ନ ଶସ୍ୟ ଜାତୀୟ ଖାଦ୍ୟ ଖାଇବା ପାଇଁ ହାତୀ ମାନେ ଗ୍ରାମ ଅଭିମୁଖେ ହେଉଛନ୍ତି ।ନିକଟରେ ବନବିଭାଗ ହାତୀ ଘଉଡାଇବାକୁ ଗଜବନ୍ଧୁ ଯୋଜନା କରିଥିବା ବେଳେ ତାହା ଅାଜି ଯାଏଁ କାର୍ଯ୍ୟକାରୀ ହୋଇ ନ ପାରି କେବଳ କାଗଜ କଲମରେ ରହି ଯିବା ଭଳି ଲାଗୁଛି।

Square Ad 1
Leave A Reply

Your email address will not be published.