Webportal

ପୁରୀ ଲୋକସଭା ମଣ୍ଡଳୀ ନିର୍ବାଚନୀ ହାଲଚାଲ

sanitry
0 184

ରାଜ୍ୟର ପ୍ରାୟ ସମସ୍ତ ନିର୍ବାଚନ ମଣ୍ଡଳୀ ପରି ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀ ଭୋଟର ମାନଙ୍କର ମୁଡ ଚଳିତ ନିର୍ବାଚନ ରେ ଜାଣିବା ବହୁତ ମୁସ୍କିଲ ହେଇଯାଇଛି। ଦୁଇ ହଜାର ଉଣୀସ ଲୋକସଭା ନିର୍ବାଚନରେ ଏହି ଆସନରେ ବିଜେଡ଼ି, କଂଗ୍ରେସ ଏବଂ ବିଜେପି ପ୍ରାର୍ଥୀଙ୍କ ମଧ୍ୟରେ ଜୋରଦାର ତ୍ରିମୁଖୀ ପ୍ରତିଦ୍ବନ୍ଦିତା ହେଉଛି।ରାଜ୍ୟ ଶାସକ ଦଳ ବିଜେଡି ପକ୍ଷରୁ ବର୍ତ୍ତମାନର ସାଂସଦ1 ଶ୍ରୀ ପିନାକୀ ମିଶ୍ର ପ୍ରାର୍ଥୀ ହୋଇଛନ୍ତି ଓ ସେ ନିଜର ଭାବମୂର୍ତି, ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଶାସନ କାଳର ଜନକଲ୍ୟାଣ କାରୀ ଯୋଜନା ଆଦିକୁ ମୁଖ୍ୟତଃ ଆୟୁଧ କରି ନିର୍ବାଚନ ବୈତରଣୀ ପାର ହେବା ଆଶାରେ ଅଛନ୍ତି।ସେପରି କେନ୍ଦ୍ରରେ ଶାସନରେ ଥିବା ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ଦଳର ପ୍ରମୁଖ ପ୍ରବର୍ତା ଡାକ୍ତର ସମ୍ବିତ ପାତ୍ର ଓ ସେ ନରେନ୍ଦ୍ର ମୋଦିଙ୍କ ବିଭିନ୍ନ ଯୋଜନା, ଭୋଟର ମାନଙ୍କ ସମ୍ମୁଖରେ ତାଙ୍କ ସପକ୍ଷରେ ଯୁକ୍ତି ଏବଂ ଦଳର ସଭା ଆଗ ଧାଡ଼ିର ନେତା ମାନଙ୍କର ତାଙ୍କ ସପକ୍ଷରେ ପ୍ରଚାର କୁ ଅସ୍ତ୍ର କରି ସେଠାରୁ ସାଂସଦ ହେବା ଆଶାରେ ଅଛନ୍ତି।ଏବେ କଥା ହେବା ଜାତୀୟ କଂଗ୍ରେସ ପ୍ରାର୍ଥୀ ଶ୍ରୀ ସତ୍ୟପ୍ରକାଶ ନାୟକଙ୍କ ବିଷୟରେ ଯିଏ କି ଏହି ନିର୍ବାଚନ ରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେବାର କ୍ଷମତା ରଖିଛନ୍ତି।ଏହାର କାରଣ ହେଲା ସେ ଭୋଟର ମାନଙ୍କ ପାଖରେ ତାଙ୍କର ପ୍ରକୃତ ସମସ୍ୟା ଓ ସେ ସବୁର ସମାଧାନ ର ରାସ୍ତା, କଂଗ୍ରେସ ନିର୍ବାଚନୀ ଇସ୍ତାହାର ଆଦିର ସନ୍ଦେଶ ପହଞ୍ଚାଇବା ରେ ସିଦ୍ଧହସ୍ତ, ଯାହା ତାଙ୍କୁ ନିର୍ବାଚନ ବିଶେଷଜ୍ଞ ମାନଙ୍କ ବିସ୍ଲେଶନ ବିରୁଦ୍ଧରେ ଚମତ୍କାର ଭାବରେ ଜିତାଇବାରେ ସାହାଯ୍ୟ କରିବା ଆଶା ଦେଉଛି। ଏବେ ଭୋଟଦାନ ଓ ଫଳାଫଳ ଘୋଷଣା ପରେ ପୁରୀ ର ନୂତନ ସାଂସଦ କିଏ ନିର୍ବାଚିତ ହେଉଛନ୍ତି ଜଣାପଡିବ।

 

Square Ad 1
Leave A Reply

Your email address will not be published.