Webportal

ପୁଲିସ ବିଭାଗରେ ବଡ଼ ଧରଣର ଅଦଳବଦଳ

sanitry
0 143

ପୁଲିସ ବିଭାଗରେ ବଡ଼ ଧରଣର ଅଦଳବଦଳ । ତେବେ ୧୯ ଜଣ ଇନ୍ସପେକ୍ଟରଙ୍କୁ ଜିଲ୍ଲାପାରି ବଦଳି କରାଯାଇଥିବାବେଳେ ୧୧୨ ଜଣ ସବ୍ ଇନ୍ସପେକ୍ଟରଙ୍କୁ ଇନ୍ସପେକ୍ଟର ପାହ୍ୟାକୁ ପଦୋନ୍ନତି ଦିଆଯାଇ ବଦଳି କରାଯାଇଛି। ସେହିଭଳି ୧୯ ଜଣ ଆସିଷ୍ଟାଣ୍ଟ୍ କମାଣ୍ଡାଣ୍ଟ୍ ପାହ୍ୟାର ଅଧିକାରୀଙ୍କୁ ଡେପୁଟି କମାଣ୍ଡାଣ୍ଟ୍ ପାହ୍ୟାକୁ ପଦୋନ୍ନତି ଦିଆଯାଇ ବଦଳି କରାଯାଇଛି।

ସେପଟେ ଇନ୍ସପେକ୍ଟର ଗୀତାଞ୍ଜଳି ବେହେରାଙ୍କୁ ଭିଜିଲାନ୍ସରୁ ବିପିଏସପିଏ ଭୁବନେଶ୍ବର, ସିମନ ଲେଙ୍କାଙ୍କୁ କେନ୍ଦ୍ରାପଡାରୁ ରାଉରକେଲା, ପ୍ରକାଶ ଚନ୍ଦ୍ର ପୃଷ୍ଟିଙ୍କୁ ଭଦ୍ରକରୁ ଭିଜିଲାନ୍ସ, ରଜନୀକାନ୍ତ ମିଶ୍ରଙ୍କୁ ଜଗତସିଂହପୁରରୁ କମିସନରେଟ ପୁଲିସ, ଜ୍ୟୋତିରଂଜନ ପତିଙ୍କୁ କମିସନରେଟରୁ ରାଉରକେଲା, ଜ୍ଞାନରଂଜନ ସାମଲଙ୍କୁ ଅନୁଗୁଳରୁ ପିଟିସି ଅନୁଗୁଳ, ଚମ୍ପାବତୀ ପାଟଙ୍କୁ ରାଉରକେଲାରୁ ସିଆଇଡି ସିବି କଟକ, କୁମାରୀ ବେହେରାଙ୍କୁ ଜଗତସିଂହପୁରରୁ ମୟୂରଭଞ୍ଜ , ଜି. ସତନାମିଙ୍କୁ ବରଗଡ଼ରୁ ନୂଆପଡ଼ା , ଉପେନ୍ଦ୍ରନାଥ ଦାସଙ୍କୁ କେନ୍ଦୁଝରରୁ ପୁରୀ, ସୁରେନ୍ଦ୍ର ବେହୁରିଆଙ୍କୁ ନବରଙ୍ଗପୁରରୁ ଜିଆରପି କଟକ, ତାରିକ ଅହମ୍ମଦଙ୍କୁ ନବରଙ୍ଗପୁରରୁ ଖୋର୍ଦ୍ଧା, ସଂଜୟ କୁମାର ନାୟକଙ୍କୁ ରାୟଗଡ଼ାରୁ ପୁରୀ, ବିନ୍ଦୁବାସିନୀ ବିଶ୍ବାଳଙ୍କୁ ଅନୁଗୁଳରୁ ଓଏଚଆରସି, ଅପର୍ଣ୍ଣା ପୃଷ୍ଟିଙ୍କୁ ପୁରୀରୁ ଓଏଚ୍ଆର୍ସି, ଲିଙ୍ଗରାଜ ଲେଙ୍କାଙ୍କୁ କଟକରୁ ପିଟିସି ଅନୁଗୁଳ, ସୁନିଲ କୁମାର ସରଫଙ୍କୁ ଝାରସୁଗୁଡାରୁ ବିପିଏସପିଏ, ଭୁବନେଶ୍ବର, ରୋଜାଲିନ୍ ପଟେଲଙ୍କୁ ବରଗଡରୁ ଯାଜପୁର, ଝୁନାରାଣୀ ସାହୁଙ୍କୁ ପିଟିସି ଅନୁଗୁଳରୁ ବିପିଏସପିଏ ଭୁବନେଶ୍ବରକୁ ବଦଳି କରାଯାଇଛି। ସେହିଭଳି ରାଜ୍ୟର ୧୨୨ଜଣ ସବ୍ଇନ୍ସପେକ୍ଟରଙ୍କୁ ଇନ୍ସପେକ୍ଟର ପାହ୍ୟାକୁ ପଦୋନ୍ନତି ଦିଆଯାଇ ବଦଳି କରାଯାଇଛି।ଅନ୍ୟପଟେ ରାଜ୍ୟର ୧୯ ଜଣ ସହକାରୀ କମାଣ୍ଡାଣ୍ଟଙ୍କୁ ଡେପୁଟି କମାଣ୍ଡାଣ୍ଟ୍ ପାହ୍ୟାକୁ ପଦୋନ୍ନତି ଦିଆଯାଇ ବଦଳି କରାଯାଇଛି।

Square Ad 1
Leave A Reply

Your email address will not be published.