Webportal

ପୂର୍ବତଟ ରେଳପଥ ଦେଇ ତିନି ଯୋଡ଼ା ନୂଆ ଟ୍ରେନ

sanitry
0 257

ପୂର୍ବ ତଟ ରେଳ ପରିସୀମା ମଧ୍ୟଦେଇ ଦୁଇ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ରେଳବାଇ ନିଷ୍ପତି ନେଇଥିବା ବେଳେ ଗୋଟିଏ ସ୍ୱତନ୍ତ୍ର ଟ୍ରେନର ଚଳାଚଳ ଦିବସକୁ ବୃଦ୍ଧି କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଅଛି …

ଶାଲିମାର-ସିକନ୍ଦରାବାଦ୍-ଶାଲିମାର ବିଶେଷ ଟ୍ରେନ |02449/02450 ଶାଲିମାର-ସିକନ୍ଦରାବାଦ୍-ଶାଲିମIର ସ୍ପେଶାଲ ଶାଲିମାରରୁ ୯ ଜୁନ୍ ରୁ ୩୦ ଜୁନ୍ ମଧ୍ୟରେ ବୁଧବାର ଦିନ ଅପରାହ୍ନ ୧୨ଘ.୨୦ମି.ରେ ଛାଡିବ । ଏହି ଟ୍ରେନ ସିକନ୍ଦରାବାଦ୍ ରୁ ୧୧ ଜୁନ୍ ରୁ ୨ ଜୁଲାଇ ୨୦୨୧ ମଧ୍ୟରେ ପ୍ରତ୍ୟେକ ଶୁକ୍ରବାର ଦିନ ସକାଳ ୪ ଘଟିକାରେ ଛାଡିବ |ଏହି ଟ୍ରେନରେ ଉଭୟ ଦିଗରୁ ଶାଲିମାର ଏବଂ ସିକନ୍ଦରାବାଦ୍ ମଧ୍ୟରେ ପୂର୍ବ ତଟ ରେଳପଥ ପରିସୀମା ମଧ୍ୟରେ ଭଦ୍ରକ, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ, ବ୍ରହ୍ମପୁର, ସୋମପେଟା, ପାଲାସା, ବିଜୟନଗରାମ, ବିଶାଖାପାଟନମ୍ ଠାରେ ରହଣି କରିବ |

ହାଓଡ଼ା-ଯଶୋବନ୍ତପୁର-ହାଓଡ଼ା ବିଶେଷ ଟ୍ରେନ |02469/02470 ହାଓଡ଼ା-ଯଶୋବନ୍ତପୁର-ହାଓଡ଼ା ବିଶେଷ ଟ୍ରେନ ହାଓଡ଼ା ଠାରୁ ୧୦ରୁ ୨୪ ଜୁନ ମଧ୍ୟରେ ପ୍ରତି ଗୁରୁବାର ଅପରାହ୍ନ ୧୨ଘ.୪୦ମି.ରେ ଛାଡିବ | ଫେରିବା ପଥରେ ଏହି ଟ୍ରେନ ଯଶୋବନ୍ତପୁର ଠାରୁ ୧୩ ରୁ ୨୭ ଜୁନ ମଧ୍ୟରେ ପ୍ରତି ରବିବାର ସକାଳ ୫ଘ. ୧୫ମି.ରେ ଛାଡିବ |ଏହି ଟ୍ରେନ ଉଭୟ ଦିଗରୁ ହାଓଡ଼ା ଏବଂ ଯଶୋବନ୍ତପୁର ମଧ୍ୟରେ ପୂର୍ବ ତଟ ରେଳପଥ ପରିସୀମା ମଧ୍ୟରେ ଭଦ୍ରକ, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ, ବ୍ରହ୍ମପୁର, ପାଲାସା, ଶ୍ରୀକାକୁଲମ ରୋଡ଼, ବିଜୟନଗରାମ, ବିଶାଖାପାଟନମ୍ ଠାରେ ରହଣି କରିବ |

ହାଟିଆ-ଯଶୋବନ୍ତପୁର-ହାଟିଆ ବିଶେଷ ଟ୍ରେନ ଚଳାଚଳ ଦିବସ ବୃଦ୍ଧି |ହାଟିଆ-ଯଶୋବନ୍ତପୁର-ହାଟିଆ ବିଶେଷ ଟ୍ରେନ ଚଳାଚଳ ଦିବସ ଅବଧିକୁ ସାପ୍ତାହିକରୁ ଦ୍ବି-ସାପ୍ତାହିକ ବୃଦ୍ଧି କରିବାକୁ ନିଷ୍ପତି ନିଆଯାଇଅଛି | 02835/02836 ହାଟିଆ-ଯଶୋବନ୍ତପୁର-ହାଟିଆ ବିଶେଷ ଟ୍ରେନ ହାତୀଆ ଠାରୁ ପ୍ରତ୍ୟେକ ମଙ୍ଗଳବାର ଏବଂ ରବିବାର ଦିନ 6 ଜୁନ୍ ରୁ ୨୭ ଜୁନ୍ ମଧ୍ୟରେ ଛାଡିବ। ପ୍ରତ୍ୟାବର୍ତ୍ତନ ଦିଗରେ, ଏହି ଟ୍ରେନ ଯଶୋବନ୍ତପୁର ଠାରୁ ପ୍ରତ୍ୟକ ଗୁରୁବାର ଏବଂ ମଙ୍ଗଳବାର ଦିନ ମାନଙ୍କରେ 8 ଜୁନ୍ ରୁ ୨୯ ଜୁନ୍ ମଧ୍ୟରେ ଚଳାଚଳ କରିବ | ଏହି ଟ୍ରେନ୍ ପାଇଁ ସ୍ଥିରୀକୃତ ସମୟ ଏବଂ ରହଣି ସ୍ଥାନ ଅପରିବର୍ତ୍ତିତ ରହିବ |

Square Ad 1
Leave A Reply

Your email address will not be published.