Webportal

ପେଟ୍ରୋଲିୟମ ରୋଡ ଟ୍ୟାଙ୍କର ପାଇଁ କାଗଜମୁକ୍ତ ଲାଇସେନ୍ସ ପ୍ରକ୍ରିୟାର ଶୁଭାରମ୍ଭ

sanitry
0 233

ପେଟ୍ରୋଲିୟମଜାତ ସାମଗ୍ରୀର ପରିବହନ ଲାଗି ପେଟ୍ରୋଲିୟମ ରୋଡ଼ ଟ୍ୟାଙ୍କର ଗୁଡିକୁ କାଗଜମୁକ୍ତ ଲାଇସେନ୍ସ ପ୍ରଦାନ କରାଯିବା ପ୍ରକ୍ରିୟାର ଶୁଭାରମ୍ଭ ହୋଇଛି।ଏହା ଡିଜିଟାଲ ଇଣ୍ଡିଆ ଓ ବ୍ୟବସାୟୀକ ସୁଗମତା ସଂକଳ୍ପ କୁ ଆଖି ଆଗରେ ରଖି ଏପରି ପ୍ରୟାସ ହୋଇଛି।କାଗଜମୁକ୍ତ ତଥା ସବୁଜ ଭାରତ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଇଛି ଯାହାଦ୍ୱାରା ପେଟ୍ରୋଲିୟମ ରୋଡ ଟ୍ୟାଙ୍କର ମାଲିକମାନଙ୍କ ବ୍ୟବସାୟ ଓ ଜୀବନ ସହଜ ହୋଇପାରିବ।ଏହି ଡିଜିଟାଲ ପ୍ରକ୍ରିୟାରେ ଆବେଦନ ଓ ଫି ଦାଖଲ ପ୍ରକ୍ରିୟା ଅନଲାଇନ କରାଯିବ।ଆବେଦନ
ପ୍ରକ୍ରିୟାକରଣ ହେବାର ପ୍ରତ୍ୟେକ ପର୍ଯ୍ୟାୟ ଯଥା ତ୍ରୁଟି, ଲାଇସେନ୍ସ ମଞ୍ଜୁରୀ ଆଦିର ସମସ୍ତ ସୂଚନା ଆବେଦନକାରୀଙ୍କୁ
ଏସଏମଏସ ଓ ଇ-ମେଲ ଜରିଆରେ ଦିଆଯିବ ଯାହାର ଉଲ୍ଲେଖ ଆବେଦନକାରୀଙ୍କ ପ୍ରୋଫାଇଲ ରେ ମଧ୍ୟ ରହିବ।ଲାଇସେନ୍ସ କୁ ଇଲେକ୍ଟ୍ରୋନିକ ମାଧ୍ୟମରେ ପଠାଇ ଦିଆଯିବ।ଏହି ଅସାଧାରଣ ପଦକ୍ଷେପ ଫଳରେ ଏକଲକ୍ଷରୁ ଅଧିକ ଟ୍ୟାଙ୍କର ମାଲିକ ଲାଭାନ୍ବିତ ହୋଇପାରିବେ।ପେଟ୍ରୋଲିୟମ ନିୟମ ୨୦୦୨ ଅଧୀନରେ ଜାରି ମୋଟ ଲାଇସେନ୍ସ ମଧ୍ୟରୁ ଅର୍ଦ୍ଧାଧିକ ରୋଡ଼ ଟ୍ୟାଙ୍କର ମାଲିକମାନଙ୍କୁ ଦିଆଯାଇଛି।ପିଇଏସଓର ୱେବସାଇଟ ରେ ସର୍ବସାଧାରଣଙ୍କ ପାଇଁ ଲାଇସେନ୍ସ ପ୍ରମାଣିକତା ଯାଞ୍ଚ ସୁନିଶ୍ଚିତ କରା ଯାଇ ପାରିବ ଯାହା ଫଳରେ ପେଟ୍ରୋଲିୟମ ଓ ଗ୍ୟାସ ଉଦ୍ୟୋଗ ରେ ବ୍ୟାପକ ପରିବର୍ତ୍ତନ ଆସିପାରିବ।

Square Ad 1
Leave A Reply

Your email address will not be published.