ବାଲିଆପାଳ ରେ ସ୍ଥାନୀୟ ଆଇ ଆଇ ସି ଙ୍କ ଉପରେ ହୋଇଥିବା ଆକ୍ରମଣ ପରେ ପୋଲିସ ସଂଘ ସଭାପତି ସତ୍ୟଜିତ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ ପୋଲିସ କୁ ସୁରକ୍ଷା ଯୋଗାଇ ଦେବାକୁ ଦାବି କରିଥିଲେ ଯାହାପାଇଁ ପୋଲିସ କୁ ରାଜ୍ୟ ସାରା ସମାଲୋଚନା ର ଶିକାର ହେବାକୁ ପଡିଥିଲା। ଏହା ତାଙ୍କ ପଦ ମର୍ଯ୍ୟାଦା ର ଉଲଂଘନ ଓ ଏଥିପାଇଁ ତାଙ୍କୁ ନିଲମ୍ବନ କରାଗଲା ବୋଲି ରାଜ୍ୟ ଡି ଜି ପି କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି।