Webportal

ପ୍ରଦୂଷଣ ମୁକ୍ତ ପ୍ରକଳ୍ପ ପାଇଁ ଚର୍ଚ୍ଚାରେ ଅନୁଗୁଳ ଛାତ୍ରୀ

sanitry
0 260

ପ୍ରଦୂଷଣ ମୁକ୍ତ ପ୍ରକଳ୍ପ ତିଆରି କରି ଚର୍ଚ୍ଚାରେ ଅନୁଗୋଳର ଯୁକ୍ତଦୁଇ ଛାତ୍ରୀ ସୋନାଲି ।
ପରିବେଶ ପ୍ରଦୂଷଣ ସାରା ବିଶ୍ୱ ପାଇଁ ବିରାଟ ସମସ୍ୟା ଭାବେ ଉଭା ହୋଇଛି । ଦେଶର ଅନେକ ସହରର ପ୍ରଦୂଷଣ ମାତ୍ରା ବହୁତ ଅଧିକ । ଓଡିଶାର ଅନୁଗୋଳ ଓ ତାଳଚେର ସହରର ପ୍ରଦୂଷଣ କଥା କାହାକୁ ବା ଅଛପା । ଖଣି ଖାଦାନ ଓ କଳ କାରଖାନାର ଧୂଳିଧୂଆଁରେ ଅସ୍ତବ୍ୟସ୍ତ ଜୀବନ । ପ୍ରଦୂଷଣକୁ ନେଇ ପରିବେଶବିତ୍ ଓ ପ୍ରଶାସନକଳ ବୈଠକ କରୁଛନ୍ତି । ହେଲେ କିଛି ଫଳପ୍ରଦ ହେଉନାହିଁ । ଏତିକି ବେଳେ ପ୍ରଦୂଷଣ ମୁକ୍ତ ପ୍ରକଳ୍ପ କରି ଚର୍ଚ୍ଚାକୁ ଆସିଛନ୍ତି ଅନୁଗୋଳର ଯୁକ୍ତ-୨ ଛାତ୍ରୀ ସୋନାଲି ମିଶ୍ର । ‘ଇଜି ସଲ୍ୟୁସନ ଫର ପଲ୍ୟୁସନ’ ନାମକ ଏକ ପ୍ରକଳ୍ପ କରି ଜାତୀୟ ସ୍ତରରେ ସମ୍ମାନିତ ହୋଇଛନ୍ତି ସୋନାଲି ।
ସୋନାଲିଙ୍କ ଏହି ପ୍ରକଳ୍ପ ଜାତୀୟ ସ୍ତରରେ ସମ୍ମାନିତ ହୋଇଛି ।ସର୍ବଭାରତୀୟ ସ୍ତରରେ ବିଦ୍ୟା ଭାରତ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଗଣିତ-ବିଜ୍ଞାନ ପ୍ରତିଯୋଗୀତରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି ସୋନାଲିଙ୍କ ‘ଇଜି ସଲ୍ୟୁସନ ଫର ଏନଭର୍ଣ୍ଣମେଂଟ ପଲ୍ୟୁସନ’ ପ୍ରମାଣ ପତ୍ର । ବିଜ୍ଞାନ ଓ ନିଜର ଜ୍ଞାନ କୌଶଳ ସହଯୋଗରେ ତିଆରି ହୋଇଥିବା ଏହି ପ୍ରକଳ୍ପକୁ ଖଣି ଓ କଳକାରଖାନା କର୍ତ୍ତୃପକ୍ଷ ବ୍ୟବହାର କଲେ ମାଟି, ପାଣି ଓ ଶବ୍ଦ ପ୍ରଦୂଷଣ ମାତ୍ରା କମି ପାରିବ ବୋଲି ଯୁକ୍ତି ବାଢିଛନ୍ତି ସୋନାଲି।

Square Ad 1
Leave A Reply

Your email address will not be published.