Webportal

ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାଦାନ ପାଇଁ ବିଇଡି ପ୍ରାର୍ଥୀ ଅଯୋଗ୍ୟ: ସୁପ୍ରିମକୋର୍ଟ

sanitry
0 244

ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାଦାନ ପାଇଁ ବିଇଡି ପ୍ରାର୍ଥୀ ଯୋଗ୍ୟ ନୁହେଁ, ଏଭଳି କହିଛନ୍ତି ସୁପ୍ରିମକୋର୍ଟ । ସମ୍ବିଧାନ ଦେଇଥିବା ଶିକ୍ଷାର ଅଧିକାର ଗୁଣାତ୍ମକ ଶିକ୍ଷାକୁ ମଧ୍ୟ ଅନ୍ତର୍ଭୁକ୍ତ କରେ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ରାୟ ପ୍ରଦାନ କରିଛନ୍ତି। ରାଜସ୍ଥାନ ହାଇକୋର୍ଟଙ୍କ ଏକ ରାୟକୁ ଚାଲେଞ୍ଜ କରି ହୋଇଥିବା ଏକ ଆବେଦନର ଶୁଣାଣି କରି ଏଭଳି କହିଛନ୍ତି ସୁପ୍ରିମକୋର୍ଟ ।

ମାମଲାର ଶୁଣାଣି କରି ଜଷ୍ଟିସ ଅନିରୁଦ୍ଧ ବୋଷ ଓ ଜଷ୍ଟିସ ସୁଧାଂଶୁ ଧୂଳିଆଙ୍କ ଖଣ୍ଡପୀଠ କହିଛନ୍ତି ଯେ, ପ୍ରାଥମିକ ଶିକ୍ଷା ବା ପ୍ରଥମରୁ ପଞ୍ଚମ ଶ୍ରେଣୀ ଶିକ୍ଷାର ବହୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏନସିଟିଇ ନିୟମ ଅନୁଯାୟୀ ଏହି ଶ୍ରେଣୀରେ ଶିକ୍ଷାଦାନ କରିବା ପାଇଁ ଡିପ୍ଲୋମା ଇନ ଏଲିମେଣ୍ଟାରୀ ଏଜୁକେସନ (D.El.Ed.) କୋର୍ସ ରହିଛି । ସେହି ତାଲିମପ୍ରାପ୍ତ ଶିକ୍ଷକ ହିଁ କେବଳ ପ୍ରାଥମିକ ଶିକ୍ଷା ପ୍ରଦାନ କରି ପାରିବେ ।

ସମ୍ବିଧାନର ଧାରା ୨୧ ଏ ଅନୁଯାୟୀ ପ୍ରତ୍ୟେକ ଶିଶୁଙ୍କର ପ୍ରାଥମିକ ଶିକ୍ଷା ହେଉଛି ମୌଳିକ ଅଧିକାର । ସମ୍ବିଧାନର ଏହି ଧାରା 14 ବର୍ଷ ପର୍ଯ୍ୟନ୍ତ ଦେୟମୁକ୍ତ, ବାଧ୍ୟତାମୂଳକ ଶିକ୍ଷା ସହ ଗୁଣାତ୍ମକ ଶିକ୍ଷା ପ୍ରଦାନ କରେ | ପ୍ରାଥମିକ ଶିକ୍ଷାରେ ମଧ୍ୟ ଗୁଣାତ୍ମକ ଶିକ୍ଷା ଜରୁରୀ | ଆଉ ଗୁଣାତ୍ମକ ଶିକ୍ଷା ପାଇଁ ଉପଯୁକ୍ତ ତାଲିମପ୍ରାପ୍ତ ଶିକ୍ଷକ ମଧ୍ୟ ଜରୁରୀ | ପ୍ରଥମିକ ଶିକ୍ଷାପାଇଁ D.El.Ed. ଉପଯୁକ୍ତ ତାଲିମ ହୋଇଥିବାବେଳେ କେବଳ ପ୍ରାଥମିକ ଶିକ୍ଷକଙ୍କ ଆବଶ୍ୟକତାକୁ ପୂରଣ ପାଇଁ ବିଇଡି ତାଲିମ ପ୍ରାପ୍ତଙ୍କୁ ନିଯୁକ୍ତି ଦିଆଯିବା ଗ୍ରହଣୀୟ ନୁହେଁ । ଏହା ସମ୍ବିଧାନର ଧାରା ୨୧ ଏ ର ବିରୁଦ୍ଧାଚରଣ କରୁଛି । ଏଭଳି ମତ ରଖି ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାଦାନ ପାଇଁ ବିଇଡି ପ୍ରାର୍ଥୀ ଯୋଗ୍ୟ ନୁହେଁ ବୋଲି ସୁପ୍ରିମକୋର୍ଟ ରାୟ ପ୍ରଦାନ କରିଛନ୍ତି।

Square Ad 1
Leave A Reply

Your email address will not be published.