Webportal

ପ୍ରାଥମିକ ବିଦ୍ୟାଳୟ ରେ ମଧ୍ୟାହ୍ନ ଭୋଜନ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ

sanitry
0 140

ଅନୁଗୁଳ ଜିଲ୍ଲା ଖମାର ଥାନା ଅନ୍ତର୍ଗତ ରଜଡଙ୍ଗ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇ ଅସୁସ୍ଥ ହେବାରୁ ଛାତ୍ରଛାତ୍ରୀ ମାନଙ୍କୁ ଖମାର ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରାଯାଇଥିଲା l ସୂଚନା ଯେ, ରଜଡଙ୍ଗ ପ୍ରାଥମିକ ବିଦ୍ୟାଳୟ ରେ ସବୁଦିନ ପରି ଆଜି ମଧ୍ଯ ସରକାର ଙ୍କ ଦ୍ଵାରା ଦିଆଯାଉଥିବା ମଧ୍ୟାହ୍ନ ଭୋଜନ ବିଦ୍ୟାଳୟ ର ପିଲାମାନେ ଖାଇଥିଲେ କିନ୍ତୁ ଖାଇବା ପରେ ପିଲାମାନଙ୍କ ର ପେଟ କାଟିବା ସହ ବାନ୍ତି ହୋଇଥିଲା l ଏହା ଦେଖି ବିଦ୍ୟାଳୟ ଶିକ୍ଷକ ଆମ୍ବୁଲାନ୍ସ କୁ ଫୋନ କରି ଆମ୍ବୁଲାନ୍ ଯୋଗେ ଏବଂ ସ୍ଥାନୀୟ ସରପଞ୍ଚ ଙ୍କ ଗାଡି ଯୋଗେ ଖମାର ସ୍ୱାସ୍ଥ୍ୟ କେନ୍ଦ୍ର କୁ ଅଣାଯାଇ ଥିଲା l ଡାକ୍ତର ପିଲାମାନଙ୍କୁ ଚିକିତ୍ସା କରିବା ପରେ ସୁସ୍ଥ ଥିବା ପିଲାମାନଙ୍କୁ ଛାଡିଦେଉଥିବା ବେଳେ ଅନ୍ୟ ପିଲାମାନଙ୍କୁ ପରୀକ୍ଷା ନିରିକ୍ଷା ପାଇଁ ରଖିଥିଲେ । ଖବର ପାଇ ପାଲଲହଡ଼ା ଅତିରିକ୍ତ ଜିଲ୍ଲାପାଳ ଆସି ଘଟଣା ର ଅନୁଧ୍ଯାନ କରିବା ସହ ଡାକ୍ତର ଙ୍କ ସହ ପିଲାମାନ ଙ୍କ ସ୍ୱାସ୍ଥ୍ୟ ବିଷୟ ରେ ପଚାରି ବୁଝିବା ସହ ଅଧିକ ଚିକିତ୍ସା ପାଇଁ ଆଲୋଚନା କରିଥିଲେ l

Square Ad 1
Leave A Reply

Your email address will not be published.