Webportal

ପ୍ରାର୍ଥୀତ୍ବ ଘୋଷଣା ପରେ ଭାବବିହ୍ୱଳ ହେଲେ ସୁଲୋଚନା:ନବୀନଙ୍କ ସହିତ ନିଜର ଭାବମୂର୍ତ୍ତ କୁ ନେଇ ଜିତିବାର ପ୍ରବଳ ଦାବିଦାର

sanitry
0 128

ଗତକାଲି ଭୁବନେଶ୍ବର ମେୟର ପଦବୀ ପାଇଁ ଶାସକ ବିଜୁ ଜନତା ଦଳ ପକ୍ଷରୁ ସୁଲୋଚନା ଦାସଙ୍କ ପ୍ରାର୍ଥୀତ୍ବ ଘୋଷଣା ସମସ୍ତଙ୍କ ସହିତ ଶ୍ରୀମତୀ ଦାସଙ୍କ ପାଇଁ ମଧ୍ୟ ଅପ୍ରତ୍ୟାଶିତ ଥିଲା।ବିଲକୁଲ କୌଣସି ଠି ତାଙ୍କ ନାମ ଚର୍ଚ୍ଚାରେ ନ ଥିବା ବେଳେ ସୁଲୋଚନା ବିଜୁ ଜୟନ୍ତୀ ଉପଲକ୍ଷେ ଅଂଗଦାନ କରିବାକୁ ଯାଇଥିବା ସମୟରେ ତାଙ୍କୁ ଅପ୍ରତ୍ୟାଶିତ ଭାବେ ପ୍ରାର୍ଥୀତ୍ୱ ନେଇ ସୂଚନା ଦିଆଯାଇଥିଲା।ଏହା ପରେ ସୁଲୋଚନା ଦାସ ମିଡ଼ିଆ ସମ୍ମୁଖରେ ଭାବବିହ୍ୱଳ ହୋଇ ଯାଇଥିଲେ ଓ ନିଜର ଖୁସିର ଲୁହ କୁ ରୋକି ପାରି ନ ଥିଲେ।

ଶ୍ରୀମତୀ ଦାସ ଜଣେ ଭଦ୍ର ମହିଳା ଓ ରାଜନେତ୍ରୀ ଭାବରେ ପରିଚିତ।ତାଙ୍କ ରାଜନୈତିକ ଜୀବନରେ କୌଣସି ଦାଗ ନାହିଁ।ନିଜର ଦାୟିତ୍ୱ ସଠିକ ଭାବରେ ନିର୍ବାହ କରିବା ପାଇଁ ସେ ପ୍ରସିଦ୍ଧ।ପୂର୍ବରୁ କଂଗ୍ରେସର ମୁଖପାତ୍ର ଥିବା ସମୟରେ ତାଙ୍କ ଗଣମାଧ୍ୟମ ଡିବେଟ ଏକ ପ୍ରକାର କଂଗ୍ରେସ ଦଳ ପାଇଁ ସଂଜୀବନି ପରି କାମ କରୁଥିଲା।ପରେ ଲୋକଙ୍କ ପାଇଁ କିଛି କରିବାର ସୁଯୋଗ ଦେଖି ଶ୍ରୀମତୀ ଦାସ ଶାସକ ବିଜେଡି ରେ ଯୋଗ ଦେଇଥିଲେ, ଯେଉଁଠି ମଧ୍ୟ ମୁଖପାତ୍ର ଏବଂ ଏବେ ଭିନ୍ନକ୍ଷମ କମିଶନର ଭାବେ ନିଜ ଦାଇତ୍ୱ ସୁଚାରୁ ରୂପେ ପାଳନ କରୁଥିବାର ଦେଖାଯାଏ।

ଜଣେ ଦୃଢ଼ସଂକଳ୍ପ ବ୍ୟକ୍ତିତ୍ୱ ଭାବରେ ପରିଚିତ ଶ୍ରୀମତୀ ସୁଲୋଚନା ଦାସ ଯେ ଭୁବନେଶ୍ୱର ଭଳି ସହରର ମେୟର ପ୍ରାର୍ଥୀ ପାଇଁ ଅତି ଯୋଗ୍ୟ ,ଏଥିରେ କୌଣସି ଦ୍ଵିବିଧା ନାହିଁ।ନିର୍ବିବାଦୀୟ ସୁଲୋଚନା ଦାସଙ୍କୁ ସମସ୍ତ ରାଜନୈତିକ ଦଳର ପ୍ରମୁଖ ନେତୃବୃନ୍ଦ ମାନଙ୍କ ପକ୍ଷରୁ ଶୁଭେଚ୍ଛାର ସୁଅ ଛୁଟୁଛି।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତି ଓ ନିଜର ନିଷ୍କଳଙ୍କ ଏବଂ ନିର୍ବିବାଦୀୟ ଛବିକୁ ନେଇ ସେ ନିର୍ବାଚନ ବୈତରଣୀ ସହଜରେ ପାର ହୋଇ ପାରିବେ ବୋଲି ରାଜନୀତିକୁ ନିକଟରୁ ଦେଖିଥିବା ବ୍ୟକ୍ତି ମତବ୍ୟକ୍ତ କରିଛନ୍ତି।

Square Ad 1
Leave A Reply

Your email address will not be published.