ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଅନ୍ତର୍ଗତ କୋଠଭୁଇଁ ପଞ୍ଚାୟତ ର କମୁରି ଗାଁ ରେ ଆଜି ସକାଳୁ ଡ଼ଲାସିଂହା ଗ୍ରାମର ତିରିଶ ବର୍ଷୀୟ ମଧୁ ସାହୁ ଓ କୋଠଭୁଇଁ ଗ୍ରାମର ସତେଇସ ବର୍ଷୀୟା ଶାନ୍ତିଲତା ପ୍ରଧାନ ଆମ୍ବ ଗଛରେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି। ଏହାର କାରଣ ସମାଜରେ ଉଭୟଙ୍କ ପ୍ରେମକୁ ସ୍ବୀକୃତି ନ ମିଳିବା କୁହାଯାଉଛି।ପ୍ରକୃତ କାରଣ ପୋଲିସ ଅନୁସନ୍ଧାନ ପରେ ସ୍ପଷ୍ଟ ହେବାର ଆଶା କରାଯାଉଛି।