Webportal

ପ୍ଳାଜମା ଦାନ କରିବା ହେଉଛି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ନୈତିକ କର୍ତ୍ତବ୍ୟ:ଉତ୍ସାହିତ କରିବା ପାଇଁ ଅନୁଗୁଳରେ ଅନୁଷ୍ଠିତ ହୋଇଯାଇଛି ଉଚ୍ଚସ୍ତରୀୟ ବୈଠକ

sanitry
0 191

ଆଜି ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ଦ୍ୱାରା ପ୍ଲାଜମା ଦାନ କରିବା ପାଇଁ ସଚେତନତା ସୃଷ୍ଟି କରିବା ଉଦ୍ଧେଶ୍ୟରେ ଅନୁଗୁଳ ଜିଲ୍ଲା ଦାଇତ୍ୱରେ ଥିବା ରାଜ୍ୟ ସରକାରଙ୍କ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଅନୁଗୁଳ ଗସ୍ତରେ ଆସି ପ୍ଲାଜମା ଥେରାପି ଚିକିତ୍ସା ବିଷୟରେ ଆଲୋଚନା କରିଥିଲେ।ଅନୁଗୁଳ ଜିଲ୍ଲାରେ ସୁସ୍ଥ ହୋଇ ପ୍ଲାଜମା ଦାନ କରିବାକୁ ଇଚ୍ଛୁକ ଲୋକଙ୍କୁ ଏକ ମେଡ଼ିକାଲ ଟିମ ଦ୍ୱାରା ଚିହ୍ନଟ କରି ଏକ ହ୍ଵାଟ୍ସଆପ ଗ୍ରୁପ ଜରିଆରେ ସେମାନଙ୍କ ସହ ଯୋଗଯୋଗ ରଖିବା ପାଇଁ ଜିଲ୍ଲାପାଳଙ୍କୁ ମନ୍ତ୍ରୀ କହିଛନ୍ତି।ଏହା ସହିତ ଉପସ୍ଥିତ ବିଧାୟକ ମାନଙ୍କୁ ନିଜ ନିଜ ବିଧାନସଭା କ୍ଷେତ୍ରରେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କୁ ପ୍ଲାଜମା ଦାନ କରିବାକୁ ଉତ୍ସାହିତ କରିବାକୁ କୁହାଯାଇଥିଲା।ଅନୁଗୁଳ ଜିଲ୍ଲା ପାଇଁ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲର ପ୍ଲାଜମା ବ୍ୟାଙ୍କରେ ଇଚ୍ଛୁକ ମାନେ ରକ୍ତଦାନ କରିପାରିବେ ଓ ସେମାନଙ୍କ ଯିବା ଆସିବା ରହିବା ଆଦି ବ୍ୟବସ୍ଥା ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯିବ।ଜିଲ୍ଲା ଖଣିଜ ପାଣ୍ଠିରୁ ଅନୁଗୁଳରେ ଏକ ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠା ପାଇଁ ଜିଲ୍ଲାପାଳଙ୍କୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି।ପ୍ଲାଜମା ହେଉଛି ରକ୍ତର ଏକ ଅଂଶ ଯାହା ଜଣେ ଆକ୍ରାନ୍ତଙ୍କ ସ୍ୱାବ ନମୂନା ସଂଗ୍ରହର ୨୮ ପରେ ସଂଗ୍ରହ କରା ଯାଇ ପାରିବ।ଯେଉଁମାନେ ପ୍ଲାଜମା ଦାନ କରିବେ ସେମାନଙ୍କ ବୟସ ୧୮ ରୁ ୬୦ ଭିତରେ ହୋଇଥିବା ସହ ମଧୁମେହ ଆଦି ଜଟିଳ ରୋଗ ନ ଥିବା ଆବଶ୍ୟକ।ଜଣେ ସୁସ୍ଥ ବ୍ୟକ୍ତି ୨୦୦ମି. ଲି. ପ୍ଲାଜମା ଦେଇପାରିବେ ଯେଉଁଥିରେ ୨ ଜଣ ଗୁରୁତର କରୋନା ରୋଗୀଙ୍କର ଚିକିତ୍ସା ହୋଇପାରିବ।

Square Ad 1
Leave A Reply

Your email address will not be published.