ଅନୁଗୋଳ ପୌରପାଳିକା ଅନ୍ତର୍ଗତ ହେମସୁରପଡା ଶିବା ପଡିଆ ଠାରେ ପ୍ରିନ୍ସ ଆଣ୍ଡ ପ୍ରିନ୍ସ କ୍ଲବ ଦ୍ୱାରା ଆୟୋଜିତ ୧୧ ତମ ଫୁଟବଲ କପ – ୨୦୨୨ ଉଦଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଓଡିଶା ବିଧାନସଭାର ଉପ-ବାଚସ୍ପତି ଶ୍ରୀଯୁକ୍ତ ରଜନୀକାନ୍ତ ସିଂହ ଯୋଗ ଦେଇ ଫୁଟବଲ କପ ଉଦଘାଟନ କରିଥିଲେ।
ଉଦଘାଟନୀ ମ୍ୟାଚରେ ଅନୁଗୋଳର ମା ବୁଢ଼ୀ କ୍ଲବ ଢେଙ୍କାନାଳକୁ ଟାଇ ବ୍ରେକର ଯୋଗେ ୭-୬ ଗୋଳରେ ପରାସ୍ତ କରିଥିଲା।ଖେଳର ଉଭୟର୍ଦ୍ଧାରେ ଗୋଳ ଶୁନ୍ୟ ରହିଥିଲା।
