Webportal

ଫୁଣି ଫାୟାର ସେଫ୍ତଟି ତଦାରଖ

sanitry
0 111

ସୁରଟ୍ କୋଚିଂ ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ ଘଟିବା ପରେ ଓଡ଼ିଶା ରେ ଏବେ ଛନକା ପଶିଛି । ଏନେଇ ଅଗ୍ନିଶମ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଆଜି ଅଗ୍ନିଶମ ବିଭାଗ ପକ୍ଷରୁ ସହରରେ ଥିବା ବିଭିନ୍ନ ଶିକ୍ଷାନୁଷ୍ଠାନ ସହ ଆବାସିକ ପ୍ରତିଷ୍ଠାନ ଗୁଡିକରେ ଥିବା ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ କରାଯାଇଛି ।
ଏନେଇ ଅନୁଗୁୁଳ ଅଗ୍ନିଶମ ଅଧିକାରୀଙ୍କ ନେତୃତ୍ୱରେ ଅନୁଗୋଳ ଅଗ୍ନିଶମ ବିଭାଗ ପକ୍ଷରୁ ସହରାଞ୍ଚଳରେ ଏହି ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଅାଠଟି ସ୍ଵତନ୍ତ୍ର ଟିମ୍ ଗଠନ କରାଯାଇଛି । ଏଥିସହ ଭୟାବହ ଅଗ୍ନିକାଣ୍ଡ ସମୟରେ କିପରି ନିଜକୁ ସୁରକ୍ଷିତ ରଖିବା ସହ ବିପନ୍ନମାନଙ୍କୁ ଉଦ୍ଧାର କରାଯାଇପାରିବ, ସେ ନେଇ ଛାତ୍ର ଛାତ୍ରୀମାନଙ୍କୁ ସଚେତନ କରାଇବା ସହ ବିଭିନ୍ନ ପ୍ରକାର ବିଶେଷ କୌଶଳର ତାଲିମ୍ ମଧ୍ୟ ବିଭାଗ ପକ୍ଷରୁ ପ୍ରଦାନ କରାଯାଇଥିଲା । କୋଚିଂ ସେଣ୍ଟରରେ କୌଣସି ବଡ଼ ଅଘଟଣ ଘଟିଲେ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଘୋଷଣା କରିବାକୁ ବ୍ୟବସ୍ଥା ଅଛି କି ନାହିଁ   ଆଦିର   ଟିମ ସହରର ବିଭିନ୍ନ ସ୍ଥାନରେ  ଯାଞ୍ଚ କରିଛି।

Square Ad 1
Leave A Reply

Your email address will not be published.