ମୋଟରସାଇକେଲକୁ ଧକ୍କା ଦେଲା ଟାଟାମ୍ୟାଜିକ , ଜଣେ ମୃତ,ଜଣେ ଗୁରୁତର
ଅନୁଗୋଳ ଜିଲ୍ଲା ଜାତୀୟ ରାଜପଥ ୫୫ ର ବଡ଼କେରାଠାରେ ଏକ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଘଟଣାରୁ ପ୍ରକାଶ ଯେ ତୁବେ ଗ୍ରାମର ଜିତୁ ସାହୁ ତାଙ୍କ ସ୍ତ୍ରୀଙ୍କୁ ନେଇ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟକୁ ଆସି ମୋଟରସାଇକେଲରେ ଗାଁକୁ ଫେରୁଥିଲେ । ତେବେ ବଡ଼କେରା ନିକଟରେ ତାଙ୍କୁ ଏକ ଯାତ୍ରୀବାହୀ ଟାଟା ମ୍ୟାଜିକ ତାଙ୍କୁ ମୁହାଁ ମୁହିଁ ଧକ୍କା ଦେଇଥିଲା । ଫଳରେ ଉଭୟ ସ୍ୱାମୀ ସ୍ତ୍ରୀ ଘଟଣା ସ୍ଥଳରେ ଗୁରୁତର ହୋଇ ଥିଲେ । ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ଅନୁଗୋଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ମଧ୍ୟ ଡାକ୍ତର ସେଠାରେ ଜିତୁଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡି ଦୁଇଟିକୁ ଜବତ କରି ତଦନ୍ତ କରୁଛି ।

Prev Post
Next Post