ଅନୁଗୁୁଳ ଥାନା ରନ୍ତଲେଇ ନିକଟରେ ବଜ୍ରପାତରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ମାନେ ହେଲେ ମନର ବହିନୀ ବଲଦାର ଓ ତାଙ୍କ ୯ ବର୍ଷର ଶିଶୁପୁତ୍ର ନନ୍ଦୁ। ସେମାନଙ୍କ ଘର ମହାରାଷ୍ଟ୍ର ଉଦାଷା ଅଞ୍ଚଳରେ ବୋଲି ଜଣା ପଡ଼ିଛି । ସେମାନେ ଏଠାରେ ଦୀର୍ଘ ବର୍ଷ ହେଲା ଯାଯାବର ଜୀବନ ଯାପନ କରିବା ସହ ତମ୍ବୁ ଭିତରେ ରହୁଥିଲେ। ଗତ କାଲି ରାତିରେ ରୋଷେଇ କରୁଥିବା ବେଳେ ହଠାତ ବଜ୍ରପାତ ହେବାରୁ ତମ୍ବୁ ଜଳି ଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ହୋଇଥିଲା।ତେବେ ସେମାନଙ୍କ ପରିବାର କିମ୍ବା ପୋଲିସ ଆସି ନଥିବାରୁ ତମ୍ବୁ ଭିତରେ ତାଙ୍କ ମୃତ ଦେହ ଖବର ଲେଖାଯିବା ସୁଦ୍ଧା ପଡି ରହିଛି । ସୂଚନା ଅନୁସାରେ ମୃତକଙ୍କ ପରିବାର ମହାରାଷ୍ଟ୍ରରୁ ଏଠାକୁ ଆସୁଥିବା ଜଣା ପଡ଼ିଛି।