Webportal

ବନ୍ଦ କରାଗଲା ଅନୁଗୁଳ ମାଛ ମାର୍କେଟ

sanitry
0 262

ଅନୁଗୁଳ ପୌରପାଳିକା ଅଧିନସ୍ଥ ମାଛ ମାର୍କେଟ(ଆମିଷ ବଜାର)କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରାଯିବାକୁ ନିର୍ଦେଶ ଦିଆଯାଇଛି । କରୋନା ଭଳି ମହାମାରୀ ପାଇଁ ସମଗ୍ର ରାଜ୍ୟ ଲକଡାଉନ ଥିବା ବେଳେ ସାମାଜିକ ଦୂରତା ରକ୍ଷା କରିବାକୁ ବାରମ୍ବାର ଅନୁରୋଧ କରାଯାଉଛି । ତଥାପି କିଛି ଅମାନିଆ ଲୋକ ବିନା କାରଣରେ ଘରୁ ବାହାରକୁ ଯାଉଥିବା ବେଳେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ସମୟରେ ସାମାଜିକ ଦୂରତା ରକ୍ଷା କରୁ ନାହାନ୍ତି । ସେମାନଙ୍କ ଉପରେ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆ ଯାଉଛି । ତେବେ ଆଜି ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଅନୁଗୁଳ ପୌର ପ୍ରଶାସନ ମାଛ ମାର୍କେଟ(ଆମିଷ ବଜାର)କୁ ବନ୍ଦ ରଖିବାକୁ ନିର୍ଦେଶ ଦେଇଛନ୍ତି । ପ୍ରଶାସନର ବାରମ୍ବାର ତାଗିଦ ସତ୍ୱେ ମାଛ ମାର୍କେଟର ବ୍ୟବସାୟୀମାନେ ସାମାଜିକ ଦୂରତ୍ୱ ଅବଲମ୍ବନ କରାଉ ନଥିବା ଯୋଗୁଁ ପୌର ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆ ଯାଇଥିବା ଜଣା ପଡ଼ିଛି । ଅନ୍ୟାଦେଶ ପର୍ଯ୍ୟନ୍ତ ଏହି ମାଛ ମାର୍କେଟ ବନ୍ଦ ରହିବ ।

Square Ad 1
Leave A Reply

Your email address will not be published.