Webportal

ବନ୍ୟାପାଣି ରେ ବାହାଦୂରୀ ଦେଖାନ୍ତୁନାହିଁ – ଏସଆରସି

sanitry
0 67

ରାଜ୍ୟରେ ଉତ୍ପନ୍ନ ବନ୍ୟା ସ୍ଥିତି ନେଇ ସତର୍କ କରାଇଛନ୍ତି ସ୍ଵତନ୍ତ୍ର ରିଲିଫ କମିଶନର। ବନ୍ୟା ସମୟରେ ଯେଉଁ ସ୍ଥାନରେ ବ୍ରିଜ୍ ବା କଲଭର୍ଟ ବୁଡ଼ିରହିଛି, ତାହା ଉପରେ ଗାଡ଼ି ନ ଚଳାଇବାକୁ ପରାମର୍ଶ ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ସେ ଆହୁରି କହିଛନ୍ତି ଯେ, ଜଳସ୍ରୋତରେ ସାହସ ଦେଖାଇବା ଜାଣିଶୁଣି ମୃତ୍ୟୁକୁ ଡାକି ଆଣିବା ସହିତ ସମାନ। ସାମାନ୍ୟ ଅସାବଧାନତା ପାଇଁ ଅମୂଲ୍ୟ ଜୀବନ ଚାଲିଯାଉଛି ।ବିଶେଷକରି ଯୁବପିଢ଼ି ଏପରି କାର୍ଯ୍ୟରୁ ଦୂରେଇ ରହିବା ଉଚିତ୍‌ ବୋଲି କହିଛନ୍ତି ଏସଆରସି।

ଏସଆରସି ଆହୁରି କହିଛନ୍ତି ଯେ, ବନ୍ୟା ପାଇଁ ଆମେ ଗୋଟିଏ ମିନିଟ୍‌ ମଧ୍ୟ ବସିପାରୁନୁ । ରାଜ୍ୟର ସବୁ ଅଞ୍ଚଳ ଉପରେ ନଜର ରଖାଯାଇଛି । ପ୍ରଶାସନ ସବୁ ସମୟରେ ଲୋକଙ୍କୁ ସହଯୋଗ କରିବ । କିନ୍ତୁ ଏସଆରସି କହିଛନ୍ତି,’ Let’s Not Underestimate The power of flowing water ‘ । ତେଣୁ ଜନସାଧାରଣ ମଧ୍ୟ ଏଥିପ୍ରତି ସଚେତନ ହେବା ଉଚିତ୍‌ ।

ସୂଚନା ଅନୁସାରେ, ରାଜ୍ୟର ନଦୀ ଗୁଡିକରେ ବର୍ତ୍ତମାନ ଜଳର ସ୍ରୋତ ପ୍ରଖର ଥିବାରୁ ବିଭିନ୍ନ ଅଘଟଣ ଘଟୁଛି । କୁଚିଣ୍ଡା ନକଟିପାଲି ନାଳରେ ଭାସି ଯାଇ ୨ଜଣଙ୍କ ମୃତ୍ୟୁ ହୋଇଛି । ଗତକାଲି ନକଟିପାଲ ନାଳରେ ୨ରୁ ତିନି ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଥିଲା । ଏହି ସମୟରେ ନାଳ ପାର ହେଉଥିବା ବେଳେ କାର ସହ ୨ଜଣ ଭାସି ଯାଇଥିଲେ । ସ୍ଥାନୀୟ ଲୋକଙ୍କ ସହ ଅଗ୍ନିଶମ ବାହିନୀ ଗତକାଲି ଖୋଜାଖୋଜି କରିଥିଲେ ମଧ୍ୟ ସେମାନଙ୍କର ପତ୍ତା ମିଳିନଥିଲା । ଆଜି ପୁଣି ଖୋଜାଖୋଜି ପରେ ନାଳର ୩୦ ଫୁଟ ଦୂରରୁ କାରକୁ ଉଦ୍ଧାର କରାଯାଇଥିଲା । ତା ଭିତରୁ ୨ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି।ନିକଟରେ ଆଠଗଡ଼ରେ ଅଘଟଣ ଏଡାଇ ଏକ କାର୍ ଉଦ୍ଧାର କରାଯାଇଛି । କାଲି ମହାକାଳପଡ଼ାରେ ଏକ ଦୁଃସାଧ୍ୟ ଉଦ୍ଧାର କାର୍ଯ୍ୟ ହୋଇଛି । ବୋଟରେ ଭାସିଯାଉଥିବା ୭୦ ଲୋକଙ୍କୁ ଉଦ୍ଧାର କରାଯାଇଛି । ମହାନଦୀର ପ୍ରଖର ସ୍ରୋତ ବୋଟ୍‌କୁ ୪ରୁ ୫ କିଲୋମିଟର ଭସାଇ ନେଇଯାଇଥିଲା । ଡଙ୍ଗାଟି ପାରାଦୀପରୁ ମହାକାଳପଡ଼ା ବାହାକୁଦ ଘାଟ ଅଭିମୁଖେ ଆସୁଥିଲା । ଏହି ସମୟରେ ସ୍ରୋତ ଅଧିକ ତୀବ୍ର ହୋଇଥିଲା । ଫଳରେ ଡଙ୍ଗାଟି ଭାରସାମ୍ୟ ବୁଡ଼ି ଯାଇଥିଲା । ତେବେ ମେରାଇନ ପୋଲିସ, ଅଗ୍ନିଶମ ବାହିନୀ ସାହସିକତା ଦେଖାଇ ସମସ୍ତଙ୍କୁ ଉଦ୍ଧାର କରିଛନ୍ତି ।

Square Ad 1
Leave A Reply

Your email address will not be published.