Webportal

ବରଗଡ ବଲାଙ୍ଗୀର ସମ୍ବଲପୁର ଓ ଢେଙ୍କାନାଳ ଲୋକସଭା ଅଞ୍ଚଳ ପାଇଁ ଉତ୍ତର ଏବଂ ଉତ୍ତର କେନ୍ଦ୍ରାଞ୍ଚଳ ରେଞ୍ଜ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଲେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ

sanitry
0 389

ମଙ୍ଗଳବାର ଅନୁଗୁଳ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡଙ୍ଗୀ ଏକ ସାମ୍ୱାଦିକ ସମ୍ମିଳନୀରେ ଆସନ୍ତା ବିଧାନସଭା ଓ ଲୋକସଭା ନିର୍ବାଚନ ପରିପ୍ରେକ୍ଷୀରେ ଉତ୍ତର ଓ ଉତ୍ତର କେନ୍ଦ୍ରାଞ୍ଚଳ ରେଞ୍ଜ ରେ ହେଉଥିବା ପୋଲିସ ର ବ୍ୟାପକ ପ୍ରସ୍ତୁତି ଉପୟରେ ବିସ୍ତୃତ ସୂଚନା ଦେଇଥିଲେ। ଉପୋରୋକ୍ତ ପୋଲିସ ଜୋନ ର ଆଠଟି ଜିଲ୍ଲା ରେ ଚାରୋଟି ଲୋକସଭା ଆସନ ସହିତ ତା ଅଧୀନରେ ଥିବା ବିଧାନସଭା ଆସନର ନିର୍ବାଚନ ଆସନ୍ତା ୨୦ ଏଵଂ ୨୫ ତାରିଖରେ ପର୍ଯ୍ୟାୟ କ୍ରମେ ଅନୁଷ୍ଟିତ ହେବ। ଉତ୍ତର ଏବଂ ଉତ୍ତର କେନ୍ଦ୍ରାଞ୍ଚଳ ପୋଲିସ ରେଞ୍ଜ ଅଧୀନରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ଲୋକସଭା ଆସନ ଗୁଡିକ ହେଲା ଢେଙ୍କାନାଳ, ସମ୍ବଲପୁର, ବରଗଡ ଏଵଂ ବଲାଙ୍ଗୀର। ନିର୍ବାଚନ ର ସୁପରିଚାଳନା ନିମନ୍ତେ ଏହୀ ରେଞ୍ଜ ଅଧୀନରେ ଆସୁଥିବା ସମସ୍ତ ଆଠଟି ଜିଲ୍ଲାର ପୋଲିସ ଆରକ୍ଷୀ ଅଧିକ୍ଷକଙ୍କ ସହିତ ପୋଲିସ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡଙ୍ଗୀ ବିସ୍ତୃତ ଆଲୋଚନା କରିଛନ୍ତି। ଏହି ସମୟରେ ପୋଲିସ ମୁଖ୍ୟାଳୟ ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ, ଅତିରିକ୍ତ ଡିଜୀ (ଆଇନ) ସଞ୍ଜୟ କୁମାର, ଅତିରିକ୍ତ ଡିଜି ( ଅପରେସନ) ଡି. ସିଂହ, ଡିଆଇଜି ଏସଆଇଡବ୍ଲ୍ୟୁପି, ଉଭୟ ରେଞ୍ଜ ଆଇଜି, ସମସ୍ତ ଆଠଟି ଜିଲ୍ଲାର ଏସପି ଉପସ୍ଥିତ ଥିଲେ। ଏହି ସମୟରେ ରେଞ୍ଜ ଅଧୀନରେ ଆସୁଥିବା ସମସ୍ତ ଆଠଟି ଜିଲ୍ଲାର ଚାରୋଟି ଲୋକସଭା ଆସନର ନିର୍ବାଚନ ର ସୁପରିଚାଳନା ପାଇଁ ଯୋଜନା ଏଵଂ ଆଲୋଚନା ହୋଇଥିଲା। ଏହି ସମସ୍ତ ଆସନରେ ୭୫୨୦ ଟି ବୁଥ ଅଛି। ଏଗୁଡ଼ିକୁ ବିଭିନ୍ନ ପ୍ରକାରରେ ବିଭକ୍ତ କରାଯାଇଛି। ମାଓ ପ୍ରବଣ ବଲାଙ୍ଗିର ଓ ବରଗଡ ନିର୍ବାଚନର ସୁପରିଚାଳନା ପାଇଁ ଗୁଇନ୍ଦା ବିଭାଗ ଯଥେଷ୍ଟ ସତର୍କ ଅଛନ୍ତି। ନକ୍ସଲ ବିରୋଧୀ ଅଭିଯାନ ମଧ୍ୟ ପ୍ରବଳ କରିବା ପାଇଁ ଆଲୋଚନା ଓ ଯୋଜନା କରାଯାଇଛି। ଚଳିତ ଜାନୁଆରୀ ପ୍ରଥମ ସପ୍ତାହରୁ ନିର୍ବାଚନକୁ ଆଖିରେ ରଖି ରାଜ୍ୟ ପୋଲିସ ଲଗାତାର ଭାବେ ବିଭିନ୍ନ ପ୍ରକାରର ସତର୍କତା ମୂଳକ ପଦକ୍ଷେପ ନିଆଯାଉଛି। ଏହି ସମୟରେ ଏହି ଆଠୋଟି ଯାକ ଜିଲ୍ଲାରେ ୬୦୦୦ ୱାରେଣ୍ଟ ଉପରେ ପଦକ୍ଷେପ ଗ୍ରହଣ କରାଯାଇଛି। ଗଣ୍ଡଗୋଳ ଆଶଙ୍କାରେ ସିଆରପିସି ଥାରା ୧୦୭ ଓ ୧୧୦ ଅନୁଯାୟୀ ପ୍ରାୟ ୨୧୦୦୦ ବ୍ୟକ୍ତିଙ୍କ ବିରୁଦ୍ଧରେ ପ୍ରାୟ ୮୨୦୦ ମକଦ୍ଦମା ରୁଜୁ କରାଯାଇଛି। ଏମାନଙ୍କ ମଧ୍ୟରୁ ଅଧିକାଂଶ ମାଜିଷ୍ଟ୍ରେଟ ଙ୍କ ସମୁଖାରେ ବଣ୍ଡ ଦେଇଛନ୍ତି। ବେଆଇନ ଅସ୍ତ୍ରଶସ୍ତ୍ର ବିରୁଦ୍ଧରେ ଚଢାଉ ଜାରୀ ରହିଛି ଏବଂ ଜାନୁଆରୀ ରୁ ଏପର୍ଯ୍ୟନ୍ତ ୭୫ ଟି ମାମଲା ରୁଜ୍ଜୁ କରାଯାଇଛି ଓ ୭୫ ଟି ବନ୍ଧୁକ ଜବତ କରାଯାଇଛି। ବେଆଇନ ମଦ ବିରୁଦ୍ଧ ଅଭିଯାନରେ ପ୍ରାୟ ୧୮୨୦୦୦ ଲିଟର ମଦ ଜବତ ହେବା ସହିତ ୩୨୮୬ ମାମଲା ରୁଜ୍ଜୁ କରାଯାଇଛି ଏବଂ ଏତିକି ଜଣଙ୍କୁ ଗିରଫ କରାଯାଇଛି। ଗଞ୍ଜେଇ ବେପାର ଓ ଚୋରା ଚାଲାଣ ପାଇଁ ପ୍ରସିଦ୍ଧ ସୋନେପୂର ଓ ବଲାଙ୍ଗିର ଅଞ୍ଚଳରେ ଗଞ୍ଜେଇ ଜବତ, ମାମଲା ରୁଜୁ ଓ ଗିରଫଦାରି ଯଥେଷ୍ଟ ସନ୍ତୋଷଜନକ ରହିଛି। ନିର୍ବାଚନ କମିଶନଙ୍କ ଆଦେଶ ଅନୁଯାୟୀ ପ୍ରତି ବିଧାନସଭା ନିର୍ବାଚନ ମଣ୍ଡଳୀରେ ତିନି ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ଏବଂ ଫ୍ଲାଇଙ୍ଗ ସ୍କ୍ୱାର୍ଡ ସହିତ ଅନ୍ୟାନ୍ୟ ସ୍କ୍ୱାର୍ଡ ମଧ୍ୟ କାର୍ଯ୍ୟରେ ଲାଗିଛନ୍ତି। ସମୁଦାୟ ୯୦ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଓ ୯୦ ଅନ୍ୟାନ୍ୟ ସ୍କ୍ୱାର୍ଡ ନିରନ୍ତର ନିଜ କାର୍ଯ୍ୟରେ ଲାଗିଛନ୍ତି। ଏହି ଦୁଇଟି ପୋଲିସ ଜୋନରେ ଏହି ଚାରିମାସ ସମୟ ମଧ୍ୟରେ ଦୁଇ କୋଟି ସତଷଠି ଲକ୍ଷ ଟଙ୍କା ଜବତ କରାଯାଇଛି। ପ୍ରାୟ ନଅ କୋଟିର ଗଞ୍ଜେଇ ଜବତ କରାଯିବା ସହ ସମ୍ବଲପୁର ଅଞ୍ଚଳରୁ ବ୍ୟାପକ କଫ ସିରପ ଜବତ କରାଯାଇଛି। ସୀମାନ୍ତ ଜିଲ୍ଲା ବରଗଡ ଓ ଝାରସୁଗୁଡ଼ା ରେ ଛତିଶଗଡ ପୋଲିସ ସହ ସମନ୍ଵୟ ରକ୍ଷା କରି ୨୦ ଟି ସୀମାନ୍ତ ଚେକ ପୋଷ୍ଟ କରା ଯାଇଛି। ଏହି ଆଠଟି ଜିଲ୍ଲାରେ ୧୮୫ ଟି ଆନ୍ତଜିଲ୍ଲା ଚେକ ପୋଷ୍ଟ ଯାଞ୍ଚ ପାଇଁ କରାଯାଇଛି। ଏହା ସହିତ ମୋବାଇଲ ପେଟ୍ରୋଲିଂ ଆଦି ଜାରି ରହିଛି। ନିର୍ବାଚନ ସମୟରେ ସମସ୍ତ ବିଧାନସଭା ଆସନରେ ଦୁଇ ରୁ ତିନି କମ୍ପାନୀ ଅର୍ଦ୍ଧ ସାମରିକ ବାହିନୀ ମୁତୟନ ରହିବେ। ଏହା ସହିତ ପୋଲିସ ମହାନିର୍ଦ୍ଦେଶକ କହିଥିଲେ ଯେ ନିର୍ବାଚନକୁ ଶାନ୍ତି ସହିତ ସମ୍ପନ୍ନ କରିବା ପାଇଁ ପୋଲିସ ପକ୍ଷରୁ ଯଥା ସମ୍ଭବ ଯୋଜନା ଓ ପଦକ୍ଷେପ ନିଆଯାଉଛି।

Square Ad 1
Leave A Reply

Your email address will not be published.