Webportal

ବରମୁଣ୍ଡା ବସଷ୍ଟାଣ୍ଡ ର ନୂଆ ରୂପ ଏମିତିକା

sanitry
0 134

ବିମାନବନ୍ଦରର ଭ୍ରମ ସୃଷ୍ଟି କରୁଛି ବରମୁଣ୍ଡା ବସଷ୍ଟାଣ୍ଡ | ଏୟାରପୋର୍ଟ ଭଳି ଚମକୁ ଥିବା ଏଇ ସ୍ଥାନଟି ହେଉଛି ବରମୁଣ୍ଡା ବସ୍‌ଷ୍ଟାଣ୍ଡ । ଯାହା ପୂରା ନୂଆ ଓ ଚମକ୍‌ଦାର ଲୁକ୍‌ରେ ଆସୁଛି । ଏଇଠୁ ସାରା ଓଡ଼ିଶାକୁ ସଂଯୋଗ କରିହେବ, ବିଶାଳ ପାର୍କିଂ ଏରିଆ, ହୋଟେଲ, ଲାଉଞ୍ଜ ଭଳି ସବୁ ସୁବିଧା ରହିଛି ।

୧୫.୫ ଏକର ଜାଗା। ତା ଉପରେ ଠିଆ ହୋଇଛି ରାଜ୍ୟର ପ୍ରମୁଖ ବରମୁଣ୍ଡା ବସ୍‌ଷ୍ଟାଣ୍ଡ।

ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ୧୮୦ କୋଟି ଟଙ୍କା ବ୍ୟୟରେ ଏକର ଜମି ଉପରେ ନିର୍ମିତ ଟର୍ମିନାଲର ବରମୁଣ୍ଡା ରେ ପାର୍କିଙ୍ଗ ଏଟିଏମ, ଫୁଡକୋର୍ଟ, ରେଷ୍ଟୁରାଣ୍ଟ ଏବଂ ବ୍ୟବସାୟିକ ସ୍ଥାନ ସହିତ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଉଛି।

ଗ୍ରାଉଣ୍ଡ ଫ୍ଲୋରରେ ଅଛି ୧୩୨ଟି ଦୋକାନ। ପ୍ରଥମ ମହଲାରେ ଅଛି ଆହାର କେନ୍ଦ୍ର। ଏହି ଆହାର କେନ୍ଦ୍ରରେ ଏକା ଥରକେ ୩୦୦ ଲୋକ ଖାଇପାରିବେ । ଏହି ଆହାର କେନ୍ଦ୍ର ପାଖରେ ରହିବ କୋରାପୁଟ କଫି କାଫେ, ମିଶନ ଶକ୍ତି ଓ ମିଲେଟ କାଉଣ୍ଟର। ଏଠାରେ ସବୁ ପ୍ରକାର ହାତ ତିଆରି ସାମଗ୍ରୀ ସମେତ ପିଠାପଣା ବିକ୍ରି କରାଯିବ।

ଦ୍ବିତୀୟ ମହଲାରେ ରହିଛି ମାର୍କେଟ କମ୍ପ୍ଲେସ, ଘରୋଇ ବସ୍ ମାଲିକ ସଂଘ, ଟାକ୍ସି ସଂଘ, ମୋ ବସ୍ ଓ osrtc ଅଫିସ। ୫୦ରୁ ଅଧିକ ଏହି ମାର୍କେଟ କମ୍ପ୍ଲେକ୍ସରେ ସବୁ ପ୍ରକାର ସାମଗ୍ରୀ ମିଳିବ।

Square Ad 1
Leave A Reply

Your email address will not be published.