ଅନୁଗୁଳ ଜିଲ୍ଲା ତାଳଚେରର ଡେରା ପେଟ୍ରୋଲ ପମ୍ପ ନିକଟରେ ବସ ଧକ୍କାରେ ଆଜି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ଗୁରୁଜାଙ୍ଗ ଗାଁ ବିମଳ ନାଥଙ୍କର ସ୍ତ୍ରୀ ସୁବାସିନି ନାଥ(୫୨) ବୋଲି ଜଣାପଡିଛି । ଆଜି ସକାଳୁ ସେ ଡେରା ପେଟ୍ରୋଲ ପମ୍ପ ନିକଟରେ ରାସ୍ତାରେ ଯାଉଥିବା ବେଳେ କଳିଙ୍ଗ କଲୋନୀରୁ ଭୁବନେଶ୍ୱର ଯାଉଥିବା ଏକ ଘରୋଇ ବସ ତାଙ୍କୁ ଧକ୍କା ଦେଇଥିଲା ଓ ଘଟଣାସ୍ଥଳରେ ମହିଳା ଜଣକ ରାସ୍ତାରେ ଛିଟିକି ପଡ଼ି ଗୁରୁତର ହୋଇଥିଲେ । ତାଙ୍କୁ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା ଯେଉଁଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଦୁର୍ଘଟଣାସ୍ଥଳରେ କୋଲିୟରି ପୋଲିସ ପହଞ୍ଚି ବସଟିକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ।

Prev Post