ଅନୁଗୋଳ ଜିଲ୍ଲାରେ ପୁଣି ଦେଖିବାକୁ ମିଳିଛି କଙ୍ଗାରୁ କୋର୍ଟ । ୫ ଜଣଙ୍କୁ ଆଣ୍ଠେଇ ଦଣ୍ଡ ଦେଇଛନ୍ତି ଗ୍ରାମବାସୀ।ଗ୍ରାମସଭା କରି ଏହି ପାଞ୍ଚ ଜଣଙ୍କୁ କାନ ଧରି ବୁଲିବାକୁ କୁହାଯିବା ସହ ଆଣ୍ଠେଇ ଦେଇଥିବା ଚିତ୍ର ଏବେ ସୋସୋଲିଆଲ ମିଡିଆରେ ଭାଇରଲ ହେଉଛି । ଗତକାଲି ସନ୍ଧ୍ୟାରେ ଘଟିଛି ଏଭଳି ଘଟଣା। ବାଛୁରୀ କାଟି ଖାଇବା ଘଟଣାକୁ ନେଇ ଭୋଗିବାକୁ ପଡ଼ିଛି ଦଣ୍ଡ ।
ସୂଚନା ଅନୁସାରେ ବନ୍ତଳା ଥାନା ବଣାମିରା ଗାଁର ୫ ଜଣ ଯୁବକ ପାଳିବା ଉଦ୍ୟେଶରେ ଏକ ବାଛୁରୀ ଛୁଆକୁ କିଣିଥିଲେ । ତେବେ ଗାଁ ମୁଣ୍ଡ ପାହାଡ଼ରେ ଏହି ବାଛୁରୀକୁ କାଟି ସେମାନେ ଭୋଜି କରି ଖାଇଥିବା ଅଭିଯୋଗ ହୋଇଥିଲା । ଗାଁ ଲୋକ ଏହା ଜାଣିବା ପରେ ଏମାନଙ୍କୁ ଗ୍ରାମସଭାକୁ ଡାକି ପଚରାଉଚରା କରିଥିଲେ । ସେଠାରେ ସେମାନଙ୍କୁ ଏଭଳି ଦଣ୍ଡ ଦେବା ସହ ଜୋରିମାନା କରିଥିଲେ । ଯାହାର ଭିଡିଓ ଓ ଫଟୋ ଏବେ ଭାଇରଲ ହେଇଛି ।
