ବିଜେପି ନେତାମାନଙ୍କର ନୂତନ ପିଢ଼ିମାନେ ନିର୍ବୋଧ ବୋଲି ଆଜି ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ‘ବିଜେପି’ ସଭାପତି ସମ୍ରାଟ୍ ଚୌଧୁରୀ ଦେଇଥିବା ‘ମିଟ୍ଟି ମେ ମିଲା ଦେଙ୍ଗେ’ (ଓଡ଼ିଆରେ ‘ଧ୍ବଂସ କରିଦେବୁ’) ମନ୍ତବ୍ୟ ଉପରେ ପ୍ରତିକ୍ରିୟା ବ୍ୟକ୍ତ କରି କହିଛନ୍ତି।
ନୀତୀଶ କହିଛନ୍ତି, ଏଭଳି ମନ୍ତବ୍ୟ ଦେଉଥିବା ‘ବିଜେପି’ ନେତାମାନେ ନିର୍ବୋଧ ହୋଇଥିବାରୁ ସେମାନଙ୍କ ଉପରେ ଟିପ୍ପଣୀ ଦେବାକୁ ଚାହୁଁନାହିଁ। ଯଦି ସେ ସେମିତି କହୁଛନ୍ତି, କୁହନ୍ତୁ। ଏଭଳି ଭାଷା କହୁଥିବା ବ୍ୟକ୍ତିଙ୍କର ବିଚାରବୋଧ ନାହିଁ।
ଉଲ୍ଲେଖଯୋଗ୍ୟ, ଶନିବାର ଦିନ ବିହାର ‘ବିଜେପି’ ମୁଖ୍ୟ ସମ୍ରାଟ ଚୌଧୁରୀ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମାଫିଆମାନଙ୍କୁ କଡ଼ା ଚେତାବନୀ ଦେବା ଢଙ୍ଗରେ ସାବଧାନ କରାଇ କହିଥିଲେ ଯେ, ‘ବିଜେପି’ ନେତାମାନେ ନୀତୀଶ କୁମାର ଓ ତାଙ୍କ ଦଳକୁ ଧ୍ବଂସ କରିଦେବେ।